Only for Entertainment

ଟଙ୍କା ନେଇ ଟ୍ୱିଟ କରୁଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର? ସ୍କ୍ରିନସଟ ଭାଇରାଲ

the lallatop
37

ବଲିଉଡ ନାୟିକା ସ୍ୱରା ଭାସ୍କର ସବୁବେଳେ ନିଜର କଡ଼ା ମତ ପାଇଁ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ସ୍ୱରା ଖୁବ ଆକ୍ଟିଭ । ଅଧିକାଂଶ ସମୟରେ ସେ ନିଜର କଡ଼ା ବିବଦୀୟ ମତ ପାଇଁ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । କିନ୍ତୁ ନିକଟରେ ତାଙ୍କୁ ନେଇ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଏକ ହ୍ୱାଟସବ ଚ୍ୟାଟିଂର ସ୍କ୍ରିନସଟ ଭାଇରାଲ ହେଉଛି । ଯେଉଁଥିରେ ସେ ଏକ ବ୍ୟକ୍ତିକୁ ରିପ୍ଲାଇ କରିଛନ୍ତିଯେ ସେ ୨୦୦ ଟଙ୍କାରେ ଟ୍ୱିଟ କରିବେ । ଏହାପରେ ଏହି ପୋଷ୍ଟ ଖୁବ ଭାଇରାଲ ହେଉଛି ।

 

 

ଏହି ପୋଷ୍ଟ ଦେଖିବା ପରେ ଜଣାପଡ଼ୁଛି ସ୍ୱରା ନିହାତି ଭାବରେ କିଛି ଟଙ୍କା ନେଇ କୌଣସି ଘଟଣା ଉପରେ ଟ୍ୱିଟରେ ବିରୋଧ କରନ୍ତି । ପୋଷ୍ଟରେ ଗୁଜୁରାଟରେ ଏକ ଦଳିତ ଲୋକ ହତ୍ୟା କରିବା ଘଟଣାରେ ଆଲୋଚନା ହୋଇଛି । ଘଟଣା ଦୁଇ ବର୍ଷ ପୂର୍ବର । ନ୍ୟୁଜ ଆର୍ଟିକଲ ୨ ଅକ୍ଟୋବର ୨୦୧୭ର । କିନ୍ତୁ ସ୍ୱରା ତାରିଖ ନ ଦେଖି ଟ୍ୱିଟ କରି ଦେଇଛନ୍ତି । ଏହାପରେ ଏହି ପୋଷ୍ଟ ଭାଇରାଲ ହେଉଛି । ସ୍ୱରା କହିଛନ୍ତି ମୁଁ ତାରିଖ ଦେଖି ନଥିଲି । ତେବେ ଏହାକୁ ସ୍ୱରା ଫେକ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More