ଆଉ ଶୁଣିବାକୁ ମିଳିବନାହିଁ ‘ଦମାଦମ ମସ୍ତ କଲନ୍ଦର’ ଗାୟିକାଙ୍କ କଣ୍ଠ ସ୍ୱର
ପ୍ରସିଦ୍ଧ ପାକିସ୍ତାନୀ ଗାୟିକା ଶଜିୟା କୁସ୍କ ଗୀତ ପ୍ରୋଫେସନରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନରେ ଖୁବ ପ୍ରସିଦ୍ଧ ଶଜିୟା ଇଣ୍ଡଷ୍ଟ୍ରିରୁ ଅଲଗା ହେବାକୁ ଚାହୁଁଛନ୍ତି । ସେ ଦମଦାର ମସ୍ତ କଳନ୍ଦର ଏବଂ ଦାନେ ପେ ଦାନା ଭଳି ପ୍ରସିଦ୍ଧ ଗୀତକୁ ଗାଇଛନ୍ତି । ସେ ଏବ ବୟାନରେ କହିଛନ୍ତିଯେ ବାକି ଜୀବନକୁ ସେ ଇସଲାମ ଧର୍ମ ପାଇଁ ଉତ୍ସର୍ଗ କରିବାକୁ ଚାହାଁନ୍ତି । ତେବେ ଧାର୍ମିତ ଭାବ ସହିତ ତାଙ୍କର ମେଳ ନଖାଇବାରୁ ସେ ଆମେରିକା ଆଦିରୁ ମିଳିଥିବା କେତେବ ଅଫରକୁ ମନା କରି ଦେଇଛନ୍ତି ।
ଖୁବ ଭଲ ପାଇବା ଦେଇଥିବାରୁ ଫ୍ୟାନ୍ସଙ୍କୁ ଶଜିୟା ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ତାଙ୍କର ନୂଆ ନିଷ୍ପତ୍ତିକୁ ଫ୍ୟାନ୍ସ ସମ୍ମାନ ଦେବେ ବୋଲି ମଧ୍ୟ ସେ ଆଶା ବାନ୍ଧିଛନ୍ତି ।