Only for Entertainment

ଦୁଇ ମାସ ହେଲାଣି ନିଖୋଜ ଅଛନ୍ତି ହଲିଉଡ୍‌ ଫିଲ୍ମ ଏକ୍ସ-ମ୍ୟାନ୍‌ର ଅଭିନେତ୍ରୀ ଫ୍ୟାନ୍‌ ବିଙ୍ଗ୍‌ବିଙ୍ଗ୍‌

Variety
0 43

ହଲିଉଡ୍‌ର ଆକ୍ସ ସିରିଜ୍‌ ଏକ୍ସ-ମ୍ୟାନ୍‌ର ଅଭିନେତ୍ରୀ ଫ୍ୟାନ୍‌ ବିଙ୍ଗବିଙ୍ଗ୍‌ ଗତ ଦୁଇ ମାସ ହେବ ନିଖୋଜ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ଚୀନ୍‌ରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତ୍ରୀଙ୍କ ସନ୍ଧାନ ଜାରି ରହିଛି । ଜୁଲାଇ ୨୦୧୮ରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେଷ ପୋଷ୍ଟ କରିଥିବା ବେଳେ ଏପର୍ଯ୍ୟନ୍ତ ଆଉ କୌଣସି ପୋଷ୍ଟ କରି ନାହାନ୍ତି । ଯେଉଁଥିରୁ ସେ ନିଖୋଜ ଅଛନ୍ତି ବୋଲି ଲୋକମାନେ ଭାବିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଚୀନ୍‌ର ଏକ ମିଡ଼ିଆ କମ୍ପାନି ଅଭିନେତ୍ରୀଙ୍କ ଉପରେ ଆରୋପ ଲଗାଇ, ସେ ଆୟକର ନ ଦେବା ପାଇଁ ଲୁଚିଥିବା କହିଥିବା ବେଳେ ଚୀନ୍‌ ସରକାର ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

fan

ସୂଚନା ମୁତାବକ, ବିଙ୍ଗ୍‌ବିଙ୍ଗ୍‌ କର ଦେବାକୁ ହେବ ବୋଲି କାହାକୁ ନ ଜଣାଇ ଏକ ଚାଇନିଜ୍‌ ଏଣ୍ଟରଟେନ୍‌ମେଣ୍ଟ କମ୍ପାନି ସହ ଏକ ସିକ୍ରେଟ୍‌ କଣ୍ଟ୍ରାକ୍ଟ ସାଇନ୍‌ କରିଥିଲେ । ଯାହା ସାମ୍ନାକୁ ଆସିବା ପରେ ସେ ଫେରାର ଥିବା ଜଣା ପଡ଼ିଛି । ଅଭିନେତ୍ରୀଙ୍କ ନିଖୋଜ ହେବା ପଛରେ ଅନେକ କାରଣ ଦର୍ଶାଯାଉଥିଲେ ମଧ୍ୟ ଘଟଣା ପଛର ପ୍ରକୃତ ସତ୍ୟ ଅଦ୍ୟାବଧି ସାମ୍ନାକୁ ଆସି ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More