Only for Entertainment

ବିବାଦରେ ଅପକମିଂ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ ଫନ୍ନେ ଖାନ !

acrossstates
0 50

ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୀଲ୍ କପୁର୍, ରାଜକୁମାର୍ ରାଓଙ୍କ ଅଭିନୀତ ଏହି ସିନେମାଟିକୁ ଏବେ ବିରୋଧର ସାମ୍ନା କରିବାକୁ ପଡିଛି । ଫିଲ୍ମରେ ସ୍ଥାନ ପାଇଥିବା ‘ମେରେ ଅଚ୍ଛେଦିନ କବ ଆୟେଙ୍ଗେ’ ଗୀତକୁ ନେଇ ଏବେ ଭାରତୀୟ ରାଜନୀତିରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଲାଣି । ଗୀତର ଏହି ଲିରିକ୍ସକୁ ନେଇ କଂଗ୍ରେସ ନେତା ଦିଗ୍ବିଜୟ ସିଂ ଟ୍ୱିଟ୍ କରି ପ୍ରଥମେ ଆରମ୍ଭ କଲେ ହଙ୍ଗାମା ।

ସେ ଟ୍ୱିଟ କରି ବିଜେପିକୁ କଟାକ୍ଷ କରି ଲେଖିଲେ ୨୦୧୯ ନିର୍ବାଚନରେ ବିଜେପିର ଥିମ୍ ସଙ୍ଗ ହେବା ଉଚିତ୍ ଏହି ଗୀତ । ଏହାପରେ ଚାଲିଲା ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ଗୀତରେ ଜଣେ ମିଡିଲ କ୍ଲାସ ବ୍ୟକ୍ତିର କଷ୍ଟ ଦେଖିବାକୁ ମିଳିଛି । ଯେଉଁ ଭୂମିକାକୁ ପରଦାରେ ତୁଲାଇଛନ୍ତି ଅଭିନେତା ଅନୀଲ କପୁର । ଆଉ ଲେଖାଯାଇଛି ମେରେ ଅଚ୍ଛେ ଦିନ କବ ଆୟେଙ୍ଗେ । ଏହା ଆମ ଦେଶର ମିଡିଲ କ୍ଲାସ ଲୋକଙ୍କ ଦୁଃଖ ବୋଲି ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧି ।

ସେପଟେ ମେକର୍ଙ୍କ ବିରୋଧରେ ଥାନାରେ ଦାୟର ହେଲା ମାମଲା । ଆଉ ଏହା ପରେ ମେକର୍ ଗୀତର ଏହି ଲିରିକ୍ସ କୁ ଚେଂଜ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଉ ସିନେମାରେ ମଧ୍ୟ ନୂଆ ଭର୍ସନ ଗୀତ ସ୍ଥାନ ପାଇବ ବୋଲି ମେକର୍ ସୂଚନା ଦେଇଛନ୍ତି । ସିନେମାଟି ୩ ଅଗଷ୍ଟରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More