Only for Entertainment

‘ହ୍ୟାରିପୋଟର’ଫିଲ୍ମର ପ୍ରଶଂସକଙ୍କ ପାଇଁ ବଡ ଉପହାର ।

youtube
0 47

ହଲିଉଡ ଫିଲ୍ମ ‘ହ୍ୟାରିପୋଟର’ର ସିରିଜକୁ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଖୁସି ଖବର ଅଛି । ‘ହ୍ୟାରିପୋଟର’ ସିରିଜର ଲେଖିକା ଜେକେ ରାଲିଂ ଆଗାମୀ ଫିଲ୍ମ ‘ଫାଂଟାଷ୍ଟିକ ବିଟ୍ସ’ର ଦ୍ୱିତୀୟ ଭାଗର ଟ୍ରେଲର ଲଂଚ କରି ଦେଇଛନ୍ତି । ‘ଫାଂଟାଷ୍ଟିକ ବିଟ୍ସ’ର ଅନେକ କଳାକାର ଏହି ଫିଲ୍ମରେ ନଜର ଆସି ପାରନ୍ତି । ‘ଫାଂଟାଷ୍ଟିକ ବିଟ୍ସ’ ଏବଂ ଏହାର ଦ୍ୱିତୀୟ ଭାଗର କାହାଣୀ ଏବଂ ସ୍କ୍ରିପ୍ଟ ଲେଖିକା ଜେକେ ରେଲିଂଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମରେ ଅଭିନେତା ଜୁଡ ଲା, ହୋଗ୍ୱର୍ଟସ ସ୍କୁଲର ହେଡମାଷ୍ଟର ଏଲ୍ୱସ ଡମ୍ବଡ୍ଲୋରଙ୍କ ଭୂମିକାରେ ନଜର ଆସିବେ । ସେହିଭଳି ଯଦି କହିବା ଏହି ରେଡମେନଙ୍କ ବିଷୟରେ ତେବେ ସେ ନ୍ୟୁଟ ସ୍କେମଣ୍ଡର ଆକର୍ଷଣୀୟ ଭୂମିକାରେ ନଜର ଆସିବେ ।

‘ଫାଂଟାଷ୍ଟିକ ବିଟ୍ସ’ର ଦ୍ୱିତୀୟ ଭାଗ ଚଳିତ ବର୍ଷ ନଭେମ୍ବର ୧୬ରେ ରିଲିଜ କରାଯିବ । ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୧୬ରେ ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । । ସାରା ଦୁନିଆରେ ‘ହ୍ୟାରୀ ପୋଟର’ ସିରିଜର ଅନେକ ପ୍ରଶଂସକ ରହିଛନ୍ତି । ଏହାକୁ ନଜରରେ ରଖି ପ୍ରଯୋଜକ ଏହି ଫିଲ୍ମକୁ ହିନ୍ଦୀରେ ମଧ୍ୟ ରିଲିଜ କରି ପାରନ୍ତି, କିନ୍ତୁ ଏହାର କୌଣସି ଖବର ଏଯାଏଁ ଶୁଣିବାକୁ ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More