Only for Entertainment

ସୋନମଙ୍କ ବିବାହର ଠିକ ୫ ଦିନ ପୂର୍ବରୁ ଭାଙ୍ଗିଲା ଫରହା ଖାନଙ୍କ ଗୋଡ, ଅଧାରେ ଅଟକିଲା ସଙ୍ଗୀତ ସମାରୋହର ପ୍ରସ୍ତୁତି

Televisions World
0 43

ବଲିଉଡର ଫେମସ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରହା ଖାନଙ୍କ ଗୋଡ ଭାଙ୍ଗି ଯାଇଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କୁ ଏବେ ତିନି ସପ୍ତାହ ପର୍ୟ୍ୟନ୍ତ ହ୍ଵିଇଲ ଚେୟାରରେ ରହିବାକୁ ପଡିବ। ଫାରହା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହାର ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ୩ ସପ୍ତାହ ପର୍ଯ୍ୟନ୍ତ ରେଷ୍ଟ ନେବାକୁ କହିଛନ୍ତି ।

16_31_405723147fr-ll

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମାସରେ ଅଭିନେତ୍ରୀ ସୋନାମ କପୁରଙ୍କ ବିବାହ ଉତ୍ସବ ରହିଛି। ଯାହାକୁ ନେଇ ଜୋରସୋର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୋନାମଙ୍କ ବିବାହ ପୂର୍ବରୁ ଫର୍ହାଙ୍କୁ ସଙ୍ଗୀତ କୋରିଓଗ୍ରାଫ କରିବାର ଥିଲା। ସୋନମ କପୁରଙ୍କ ମା’ ସୁନୀତା କପୁର ଖୁବ୍ ଆଗ୍ରହ ସହକାରେ ଫର୍ହାଙ୍କୁ କହିଥିଲେ କି ଝିଅ ସଙ୍ଗୀତ ସମୟରେ ସେ କୋରିଓଗ୍ରାଫି କରିବେ ବୋଲି। ସୋନମଙ୍କ ବିବାହକୁ ଆଉ ୫ଦିନ ବାକିଥିବା ବେଳେ ଫରହା ଙ୍କ ଗୋଡ଼ ଭାଙ୍ଗି ଯିବା ହେତୁ କପୁର ପରିବାରଙ୍କ ଖୁସିରେ ଆଞ୍ଚ ଆସିଛି ବୋଲି କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More