Only for Entertainment

ଭାଇ ଉପରେ ଲାଗିଥିବା ଅଭିଯୋଗକୁ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଲେ ଫାର୍‌ହା ଖାନ୍‌

youtube
37

ମି ଠୁ ଅଭିଯାନକୁ ପୂର୍ବରୁ ଏତେଟା ଗୁରୁତ୍ୱ ଦିଆ ଯାଉ ନ ଥିବା ବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ଦେଖିବାକୁ ମିଳିଛି । ଏହି ଅଭିଯାନ ମାଧ୍ୟମରେ ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୋଲାଖୋଲି ଭାବରେ କଥା ହେଉଥିବା ବେଳେ ଅନେକଙ୍କ ଅସଲ ମୁଖା ସାମ୍ନାକୁ ଆସିଛି । ବଡ଼ ବଡ଼ କଳାକାର ଏବଂ ନିର୍ଦ୍ଦେଶକଙ୍କ ନାମ ଏଥିରେ ସାମିଲ ହୋଇଥିବା ବେଳେ ସେମାନଙ୍କ ପ୍ରଶଂସକଙ୍କୁ ଏହା ଶକ୍ତ ଧକ୍କା ଦେଇଛି ।

 

ଆଲୋକ ନାଥ, ନାନା ପାଟେକର, ବିକାଶ ବହଲ ଏବଂ ସାଜିଦ୍‌ ଖାନ୍‌ଙ୍କ ଭଳି ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ପରେ ଏବେ ଏ ନେଇ କଠୋର ପଦକ୍ଷପ ଗ୍ରହଣ କରିଛନ୍ତି ଅନେକ ଆଗଧାଡ଼ିର କଳାକାର । ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ ଏବଂ ନାନା ପଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆସିବା ପରେ ଅଭିନେତା ଅକ୍ଷୟ କୁମାର ଏହି ଫିଲ୍ମର ସୁଟିଂ ରଦ୍ଦ କରିଥିବା ବେଳେ ଏବେ ଏ ନେଇ ନିଜର ମତ ରଖିଛନ୍ତି ସାଜିଦ୍‌ଙ୍କ ଭଉଣୀ ଫାର୍‌ହା ଖାନ୍‌ ।

ଏକ ଟ୍ଵିଟ୍‌ କରି ଏହା ଆମ ପରିବାର ପାଇଁ ବହୁତ କଷ୍ଟର ସମୟ । ସାଜିଦ୍‌ଙ୍କ ବିଷୟରେ ଏସବୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ । ଯଦି ସେ ସତରେ ଏପରି କରିଛନ୍ତି । ତେବେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ । ମୁଁ ଏଭଳି ବ୍ୟବହାରର କୌଣସି ଦିଗରୁ ମଧ୍ୟ ସମର୍ଥନ କରୁ ନାହିଁ ଏବଂ ଏଭଳି ପରିସ୍ଥିତିର ସାମ୍ନା କରିଥିବା ମହିଳାଙ୍କ ସାଥୀରେ ରହିଛି ବୋଲି ଫାର୍‌ହା ଲେଖିଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More