Only for Entertainment

ଫରାହଙ୍କ ପାଇଁ ସୋନୁ ନିଗମ ଗାଇଲେ ଗୀତ, ଭିଡିଓ ହେଉଛି ଭାଇରାଲ

AajTak
0 89

କୋରିଓଗ୍ରାଫର ଫରାହ ଖାନ ଏବେ ହ୍ୱିଲ ଚେୟାରରେ । କିନ୍ତୁ ଏହାକୁ ନେଇ ସେ ଦୁଃଖି ହେବା ବଦଳରେ ହ୍ୱିଲ ଚେୟାରକୁ ଏକ ଫନି ଆକ୍ଟିଭିଟିରେ ବଦଳାଇଦେଇଛନ୍ତି । ଯେ କେହି ବି ତାଙ୍କୁ ଦେଖା କରିବା ପାଇଁ ଘରକୁ ଆସନ୍ତି ଫରାହଙ୍କ ହ୍ୱିଲ ଚେୟାରରେ ଫଟୋ କ୍ଲିକ କରି ମଜଦାର କ୍ୟାପସନ ସହିତ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ନିକଟରେ ସୋନୁ ନିଗମ ଫରାହଙ୍କୁ ଦେଖିବା ପାଇଁ ତାଙ୍କ ଘରକୁ ଆସିଥିଲେ । ସୋନୁ ଫରାହଙ୍କ ହ୍ୱିଲ ଚେୟାରରେ ବସିବା ବଦଳରେ ତାଙ୍କ ସହିତ ଏକ ମଜାଦାର ଭିଡିଓ ସୁଟ କରିଛନ୍ତି । ଏହି ଭିଡିଓକୁ ଫରାହ ନିଜ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ସୋନୁ ନିଗମ ଫରାହଙ୍କୁ ହ୍ୱିଲ ଚେୟାରରେ ବସାଇ ରୁମ ଭିତରକୁ ଆଣୁଥିବାର ନଜର ଆସିଛନ୍ତି । ଏହା ସହିତ ସେ ଫରାହଙ୍କ ପାଇଁ ଏକ ସୁନ୍ଦର ଗୀତ ମଧ୍ୟ ଗାଇଛନ୍ତି ।

 

When legends come to visit u!! My dear friend sonu ♥️

A post shared by Farah Khan Kunder (@farahkhankunder) on

ଫରାହଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଲୋକେ ଖୁବ ଲାଇକ ଏବଂ ସେୟାର କରୁଛନ୍ତି । କହିରଖୁଛୁ ଯେ ଫରହା ଏକ ଟିଭି ଶୋ ସୁଟିଂ କରିବା ସମୟରେ ଆହାତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More