Only for Entertainment

ମିସ ୱାର୍ଲଡଙ୍କୁ ବଲିଉଡରେ ଲଂଚ କରିବେ ଫରାହ ଖାନ, କ’ଣ ଦୀପିକାଙ୍କ ଭଳି ଭାଗ୍ୟ ଚମକିବ?

bollywood tadka
29

ବଲିଉଡ କୋରିଓଗ୍ରାଫର ଏବଂ ଫିଲ୍ମ ନିର୍ମାତା ଫରାହ ଖାନ ଖୁବଶୀଘ୍ର ମିସ ୱାର୍ଲଡ ମାନୁଷୀ ଛିଲ୍ଲରଙ୍କୁ ବଲିଉଡରେ ଲଂଚ କରିବାକୁ ଯାଉଛନ୍ତି । କୁହାଯାଉଛି ଦୁଇଜଣଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଲୋଚନା ହୋଇଛି ।

ଦୁଇଜଣଙ୍କ ସାକ୍ଷାତ ହେବା ଏବଂ ଆଲୋଚନା ହେବା ପରଠାରୁ ମାନୁଷୀ ଏହା ଉପରେ କଥା ହେବା ଆରମ୍ଭ କରି ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ଦୁଇଜଣ ଗୋଆରେ ଏହି ବିଷୟରେ ଆଲୋଚନା କରିଥିଲେ । ଏହା ପୂର୍ବରୁ ଫରାହ ଦୀପିକାଙ୍କୁ ଇଣ୍ଡଷ୍ଟ୍ରିରେ ଲଂଚ କରିଥିଲେ ଯିଏ ଆଜି ବଲିଉଡରେ ରାଜ କରୁଛନ୍ତି । ୨୦୦୮ରେ ଫିଲ୍ମ ଓମ ଶାନ୍ତି ଓମରୁ କ୍ୟାରିଅର ଆରମ୍ଭ କରିଥିବା ଦୀପିକା କେବେ ମଧ୍ୟ ପଛକୁ ଚାହିଁ ଦେଖି ନାହାଁନ୍ତି । ସେ ଏଭଳି କିଛି ଫିଲ୍ମ କରିଛନ୍ତି ଯାହା ୧୦୦ରୁ ୩୦୦ କୋଟିର ବିଜନେଓ କରିଛି ।

୨୦୧୭ରେ ୧୭ ବର୍ଷ ପରେ ମାନୁଷୀ ଛିଲ୍ଲର ମିସ ୱାର୍ଲଡ କ୍ରାଉନ ଭାରତ ପାଇଁ ଜିତିଥିଲେ । ସେ ଜଣେ ମେଡିକଲ ଛାତ୍ରୀ । ଗତବର୍ଷ ମାନୁଷୀ ରଣବୀରଙ୍କ ସହିତ ଏକ ଟିଭି ବିଜ୍ଞାପନରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More