Only for Entertainment

୬ ବର୍ଷ ପରେ ପୁଣିଥରେ ହେବ ବଡ ଧମାକା, ଓମପ୍ରକାଶ ମେହେରାଙ୍କ ସହିତ ହାତ ମିଳାଇବେ ଫରହାନ ଅଖତର ।

Koimoi
26

୨୦୧୩ରେ ରିଲିଜ ହୋଇଥିବା ବଲିଉଡ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଭାଗ ମିଲଖା ଭାଗ’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ମିଲ୍ଖା ସିଂଙ୍କ ଜୀବନ ଉପରେ ଆଧାରିତ ହୋଇଥିଲା । ଏହି ଫୀିଲ୍ମର ସଫଳତାକୁ ଲକ୍ଷ କରି ଅଭିନେତା ଫରହାନ ଅଖତର ପୁଣିଥରେ ଏକ ଧମାକାଦାର ବାୟୋପିକ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମକୁ ଫରହାବନ ଅଖତର ଏବଂ ଓମପ୍ରକାଶ ମେହରା ମିଶି ନିର୍ମାଣ କରିବେ ।

ସୂଚନା ଅନୁସାରେ ଏହି ଫିଲ୍ମକର ନାମ ରହିବ ‘ତୁଫାନ’ । ଏହି ଫିଲ୍ମ ଭାରତୀୟ ବକ୍ସରଙ୍କ ଜୀବନ ଉପରେ ଆଧାରିତ ହେବା ବୋଲି ଶୁଣିବାକୁ ମିଳୁଛି । ଏହି ଖବରକୁ ଫରହାନ ଅ ଖତର ନିଜ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଓମପ୍ରକାଶ ମେହରା ଏବଂ ଫରାହାନ ଫିଲ୍ମରେ ଏକ ବକ୍ସର ଭୂମିକାରେ ନଜର ଆସିବେ । କହିରଖୁଛୁ ଯେ ୬ ବର୍ଷ ପରେ ଓମପ୍ରକାଶ ଏବଂ ଫରହାନ ପୁଣିଥରେ ଏକାଠି ଗୋଟିଏ ଫିଲ୍ମରେ କାମ କରିବେ ।
ଫରହାନଙ୍କ ବିଷଟରେ କହିବାକୁ ଗଲେ ସେ ରଣବୀର ଏବଂ ଆଲିଆଙ୍କ ଫିଲ୍ମ ଗଲିବୟର ପ୍ରଡ୍ୟୁସର ଅଛନ୍ତି । ଏହା ବ୍ୟତିତ ସେ ଫିଲ୍ମ ଡନ-୩ ପାଇଁ ମଧ୍ୟ ପ୍ରସ୍ତୁତି ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More