Only for Entertainment

କାହିଁକି ଫେସବୁକ ଆକାଂଉଟ ଡିଲିଟ କଲେ ଫରହାନ ଅଖତାର?

the indian express
0 50

ବଲିଉଡ ଅଭିନେତା ଫରହାନ ଅଖତାର ଫେସବୁକ ଆକାଂଉଟକୁ ଡିଲିଟ କରି ଦେଇଛନ୍ତି । ଏହାର କାରଣ ଫେସବୁକ ସାଇଟରେ ପ୍ରାଇଭେସିକୁ ନେଇ ହୋଇଛି ବୋଲିି ଅନୁମାନ କରାଯାଉଛି । ଏହି ସୂଚନା ଫରହାନ ତାଙ୍କ ଟ୍ୱିଟର ଆକାଂଉଟରେ ଦେଇଛନ୍ତି । କିନ୍ତୁ ତାଙ୍କର ଲାଇଭ ପେଜ ଏପର୍ଯ୍ୟନ୍ତ ସକ୍ରିୟ ରହିଛି । କିନ୍ତୁ ସେ ଏହା ପଛର କାରଣ ଜଚ୍ଚାଇ ନାହାଁନ୍ତି ।

କିଛି ଦିନ ହେବ ସୋସିଆଲ ସାଇଟରେ ଡାଟା ଲିକ ଘଟଣା ଚାଲୁ ରହିଛି । ଏହା ପୂର୍ବରୁ ଅନ୍ୟ କେତେକ ଅଭିନେତା ମଧ୍ୟ ଏହିଭଳି କାମ କରି ସାରିଛନ୍ତି । ସୂଚନା ଅନୁସାରେ ଏହି ମାମଲା ଲଗାତାର ଭାବେ ଘଟିବାରେ ଲାଗିଛି । ଏହି ମାମଲାରେ ଫେସବୁକ ସିଇଓ ମାର୍କ ଜକରବର୍ଗ ଏକ ପୋଷ୍ଟ ଲେଖିଛନ୍ତି । କମ୍ପାନୀ ଏହି ମାମଲାରେ କିଛି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି । ଏହାପରେ ଅଧିକ ପଦକ୍ଷେପ ନେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ଫରହାନ ଏବେ ଡନ ଥ୍ରି ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଫିଲ୍ମରେ ଶାହାରୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ନିର୍ଦ୍ଦେଶକ ଭାବରେ ଫରହାନ ତାଙ୍କର ପ୍ରି ପ୍ରଡକ୍ସନ କାମ ପାଇଁ ଏବେ ଠାରୁ ପ୍ରସ୍ତୁତି ଜାରି ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More