Only for Entertainment

ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ଫରହାନ୍ ଅଖତର୍ ।

instagram
39

 ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ଫରହାନ୍ ଅଖତର୍ । ଆଉ ତାଙ୍କ ବିବାହକୁ ନେଇ ଏବେ  ଆରମ୍ଭ ହୋଇ ଯାଇଛି ଜୋର୍ ଦାର୍ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଏହି ଅଭିନେତା ଜଣକ ନିଜ ର‌୍ୟୁମର୍ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ । ଆସନ୍ତା ମାର୍ଚ୍ଚ କି ଏପ୍ରିଲ୍ ମାସରେ ହୋଇପାରେ ଏମାନଙ୍କ ବିବାହ । ଗତ କିଛି ମାସ ହେବ ଫରହାନ୍ ମଡେଲ୍, ସିଙ୍ଗର୍ ତଥା ଟେଲିଭିଜନ୍ ଉପସ୍ଥାପିକା ଶୀବାନି ଦାଣ୍ଡେକର୍ଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ନିଜ ଆଡୁ ଏହି କଥାକୁ କେବେ ସ୍ୱିକାର କରି ନଥିଲେ ବି ଏମାନଙ୍କ ଇଂଷ୍ଟାଗ୍ରାମ୍ ଆକାଉଁଟ୍ କିଛି ସେହିପରି କଥା ବୟାନ କରିଥାଏ । ନିକଟରେ ଫରହାନ୍ ଶିବାନୀଙ୍କ ସହ ସ୍ୱିମିଂ ପୁଲରେ ଥିବାର ଏକ ଫଟୋ ଶେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ – ‘ଯେବେ ଯାଏ ତମେ ମୋ ସହ ଅଛ ମୁଁ କେବେ ବି ହଜିବି ନାହିଁ..’ । ଫରହାନଙ୍କ ଏହି ପୋଷ୍ଟ ବୟାନ୍ କରୁଛି ଯେ, ଏମାନେ ପରସ୍ପରକୁ ଭଲ ପାଉଛନ୍ତି । ତେବେ ଶିବାନୀ ମଧ୍ୟ ଫରହାନଙ୍କ ସହ ଫଟୋ ଶେୟାର କରି ତାଙ୍କୁ ପ୍ରେମ କରୁଥିବା କଥା ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । କେବଳ ସେତିକି ନୁହେଁ  ପ୍ରାୟ ସବୁ ଇଭେଂଟ୍ରେ ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି ।

 ସେପ୍ଟେମ୍ବର ୧, ୨୦୧୮ । ଶିବାନୀ ନିଜ ଇଂଷ୍ଟାଗ୍ରାମ୍ରେ ଶେୟାର କଲେ ଏକ ଫଟୋ । ଫଟୋରେ ସେ ଜଣଙ୍କ ହାତ ଧରି ଲଣ୍ଡନର ରାସ୍ତା ଚାଲୁଥିବାର ନଜର ଆସିଲେ । ଫଟୋରେ ସେ ଯାହା ହାତ ଧରିଥିଲେ ସେ ଫରହାନ୍ ଅଖତର ବୋଲି ଜଣା ପଡୁଥିଲା ।  ସେବେଠାରୁ ଦୁହିଁଙ୍କୁ ନେଇ ଆରମ୍ଭ ହୋଇଗଲା ଆଲୋଚନା । ୨୦୧୫ ଏକ ରିୟାଲିଟି ଶୋ’ରେ ଫରହାନ୍ ଓ ଶୀବାନିଙ୍କର ପ୍ରଥମ ଦେଖା ହୁଏ । ଆଉ ପ୍ରଥମେ ଦୋସ୍ତି ପରେ ପ୍ରେମରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ଉଭୟ ଏକାଠି ଅନେକ ମ୍ୟୁଜିକ୍ କନସର୍ଟରେ ବି ଏକାଠି କରନ୍ତି ପର୍ଫମ୍ । ଆଉ ଧିରେ ଧିରେ ବଢେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା । ଆଉ ଏବେ ଦୁହେଁ ଏହି ସମ୍ପର୍କକୁ ଖୁଲମ୍ଖୁଲା ଜାହିର୍ କରିବାରେ ମଧ୍ୟ ଲାଗିଲେଣି । ଯାହା ଖୁବଶୀଘ୍ର ବିବାହର ରୂପ ନେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More