Only for Entertainment

ରିଲେସନସିପକୁ ଓପନ କରିଛନ୍ତି ଫରହାନ ଅଖତର ।

aajtak
22

ନିଜ ପ୍ରେମ-ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍ ଅଖତର୍ଙ୍କୁ ନିଜ ର‌୍ୟୁମର୍ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ଦେଖିବାକୁ ମିଳିଛି । ନିକଟରେ ଦୀପିକା ପାଦୁକୋଣ ଓ ରଣବୀର୍ ସିଂଙ୍କ ରିସେପସନ୍ ପାର୍ଟିରେ ଏହି ଯୋଡି ଏକାଠି ପହଁଚିଥିଲେ । ଉଭୟ ହାତରେ ହାତ ଧରି ପାର୍ଟିରେ ଏଂଟ୍ରି କରିଥିଲେ । କେବଳ ସେତିକି ନୁହେଁ ଏକାଠି ମିଡିଆ ପୋଜ୍ ମଧ୍ୟ ଦେଇଥିଲେ । ଯାହା ସୂଚାଉଛି, ଉଭୟ ଏବେ ନିଜ ସମ୍ପର୍କକୁ ଲୋକ-ଲୋଚନକୁ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଗତ କିଛି ମାସ ହେବ ଶିବାନୀ ଓ ଫରହାନ୍ ପରସ୍ପରକୁ ଡେଟ୍ କରୁଥିବା ବେଶ୍ ଚର୍ଚ୍ଚା ହେଉଛି  । ଫରହାନ୍ଙ୍କ ମ୍ୟୁଜିକ୍ କନ୍ସର୍ଟ ସମୟରେ ଉଭୟ ଘନିଷ୍ଠ ହୋଇଥିବା ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More