Only for Entertainment

ଫରହାନଙ୍କ ‘ଡନ’ରେ ନଜର ଆସିବେ ରଣବୀର କପୂର ।

41

ବଲିଉଡ ଆକ୍ଟର ଏବଂ ଡାଇରେକ୍ଟର ଫରହାନ ଅଖତର ଖୁବଶୀଘ୍ର ଫିଲ୍ମ ‘ଡନ’ ଉପରେ କାମ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଦୁଇଟି ପାର୍ଟରେ ଶହାରୁଖ ଖାନ ନଜର ଆସିଥିଲେ । କିନ୍ତୁ ଗତ କିଛି ମାସ ହେବ ଶାହାରୁଖଙ୍କ ଫିଲ୍ମ ଏତେ ଖାସ କମାଲ କରିପାରି ନାହିଁ । କିନ୍ତୁ ଏବେ ଖବର ଆସୁଛିଯେ ଡନ ଥ୍ରି’ରେ ଲିଡ ରୋଲ ପାଇଁ ରଣୀବର କପୂରଙ୍କୁ ଅଫର କରାଯାଇଛି । ଅନ୍ୟ ପକ୍ଷରେ ଫିଲ୍ମ ଜିରୋର ଅସଫଳତା ପରେ ଶାହାରୁଖ ରାଜକୁମାର ହିରାନୀଙ୍କ ସହିତ କାମ କରିପାରନ୍ତି ।

୨୦୦୬ରେ ଶାହାରୁଖଙ୍କୁ ନେଇ ନିର୍ମାଣ ହୋଇଥିଲା ଡନ ଥ୍ରି । ଏହା ଅମିତାଭ ବଚ୍ଚନଙ୍କ ଫିଲ୍ମ ଡନ’ର ରିମେକ ଥିଲା । ଏହି ଫିଲ୍ମର ସଫଳତା ପରେ ୨୦୧୧ରେ ଡନ ଟୁ ରିଲିଜ ହେଲା । ଏହି ଫିଲ୍ମ ଶେଷରେ ଡନ ଥ୍ରି’ର ଝଲକ ନଜର ଆସିଥିଲା । ୮ ବର୍ଷ ହୋଇଗଲାଣି, କିନ୍ତୁ ଡନ ଥ୍ରି’ ବିଷୟରେ କେବଳ ଚର୍ଚ୍ଚା ଚାଲିଛି । ଏପର୍ଯ୍ୟନ୍ତ ଏହାକୁ ନେଇ ନିର୍ମାତାଙ୍କ ତରଫରୁ କୌଣସି ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More