Only for Entertainment

ଚେହେରାରେ ଉଠୁଥିବା ଅଦରକାରୀ କେଶ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ ।

youtube
161

ପୁଅ ମାନଙ୍କ ମୁହଁରେ ନିଶ ଦାଢି ଉଠିବା ସ୍ୱଭାବିକ କଥା, କିନ୍ତୁ ଝିଅ ମାନଙ୍କ ମୁହଁରେ ଯଦି କେଶ ଉଠେ ତେବେ ଖୁବ ଅସୁନ୍ଦର ଦେଖାଯାଏ । କେବେ କେବେ ସାଙ୍ଗମାନେ ଭାଲୁ ବୋଲି କହି ମଧ୍ୟ ଚିଡ଼ାନ୍ତି । ତେବେ ଏ ସବୁ ଆପଣଙ୍କୁ ନିହାତି ଭାବରେ ଚିନ୍ତିତ କରୁଥିବ ଯଦି ଆପଣଙ୍କ ଚେହେରାରେ ମଧ୍ୟ ଅଦରକାରୀ କେଶ ଉଠୁଥିବ । ଏହିଭଳି ସମସ୍ୟାରୁ ମୁକ୍ତି ପାଇଁ ଆପଣଙ୍କୁ ବାରମ୍ବାର ପାର୍ଲର ମଧ୍ୟ ଯିବାକୁ ପଡ଼ୁଥିବ । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଚିିନ୍ତା କରିବା ଆବଶ୍ୟକ ନାହିଁ । ଆପଣ ଘରେ ମଧ୍ୟ ଅତି ସହଜ ଭାବରେ ଚେହେରାରେ ଥିବା କେଶକୁ ବାହାର କରିପାରିବେ ।

  • ୧. ଅମୃତ ଭଣ୍ଡାକୁ ପେଷ୍ଟ କରି ଏଥିରେ କିଛି କ୍ଷୀର ଏବଂ ଏକ ଚୁଟକୀ ହଳଦୀ ମିଶାନ୍ତୁ । ଏହାକୁ ଚେହେରାରେ ଲଗାନ୍ତୁ ।
    ୨. ୧ ଚାମଚ ଲେମ୍ବୁ ରସରେ ଚାରି ଚାମଚ ମହୁ ବା ଚିନି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏହାକୁ ଚେହେରାରେ ଲଗାନ୍ତୁ । ଏହା ଦ୍ୱାରା ମୁହଁରେ ଥିବା ଅଦରକାରୀ କେଶ ବାହାରିଯିବ ।
  • ୩. ଆଳୁ ଏବଂ ମୁଗ ଡାଲିକୁ ପେଷ୍ଟ କରନ୍ତୁ । ଏଥିପାଇଁ ରାତିରେ ମୁଗଡାଲିକୁ ଭିଜାଇ ଦିଅନ୍ତୁ । ସକାଳେ ଏହାକୁ ବାଟନ୍ତୁ ଏବଂ ଆଳୁ ରସ ମିଶାନ୍ତୁ । ମୁହଁରେ ସାମାନ୍ୟ ଘଷି ଘଷି ୧୦ରୁ ୧୫ ମିନିଟ ଲଗାନ୍ତୁ ।
  • ୪. କ୍ଷୀର ଏବଂ ବେସନର ପେଷ୍ଟ ଏକ ପୁରୁଣା ଉପାୟ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ଧୀରେ ଧୀରେ ବାହାର କରନ୍ତୁ ।
  • ୫. ଅଣ୍ଡାର ଧଳା ଅଂଶ ନିଅନ୍ତୁ । ଏଥିରେ ବେସନ ମିଶାନ୍ତୁ । ଏହାକୁ ମହଁର ଅଦରକାରୀ କେଶରେ ଲଗାନ୍ତୁ । ଶୁଖିବା ପରେ ଧୀରେ ଧୀରେ ବାହାର କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More