Only for Entertainment

ଦୀପିକା ପାଦୁକୋଣ ବର୍ଥଡେ ସ୍ପେଶାଲ: ଓମ ଶାନ୍ତି ଓମ ନୁହେଁ ବରଂ କନ୍ନଡ ଫିଲ୍ମ ଐଶ୍ୱର୍ଯ୍ୟା ରୁ କରିଥିଲେ ଡେବ୍ୟୁ !

18

ଆଜି ଦୀପିକା ପାଦୁକୋଣଙ୍କ ୩୩ତମ ଜନ୍ମ ଦିବସ । ସେ ବିବାହ ପରେ ପ୍ରଥମ ଥର ନିଜ ବର୍ଥଡେ ସେଲିବ୍ରେଶନ କରିଛନ୍ତି । ସେ ଏଥର ଜନ୍ମଦିନ ଶାଶୁଘର ଲୋକଙ୍କ ସହ ସେଲିବ୍ରେଟ କରିଛନ୍ତି ।

ରିପୋର୍ଟ ମୁତାବକ ଏଥର ସେଲିବ୍ରେଶନରେ ଦୀପିକାଙ୍କ ସହ ଅଂଜୁ ଭାବନାନୀ, ଶଶୂର ଜହଜୀତ ସିଂ ଭବନାନୀଙ୍କ ବ୍ୟତୀତ ନଣନ୍ଦ ରିତିକା ଭାବନାନୀ ମଧ୍ୟ ସାମିଲ ହେବେ । ଏହା ଦେଖିବା ମଜାଦାର ହେବ ସେ ତାଙ୍କ ବର୍ଥଡେ କିଭଳି ସେଲିବ୍ରେଟ କରୁଛନ୍ତି ।

ଯଦିବି ଏବେ ପର୍ଯ୍ୟନ୍ତ ଏହାର କୌଣସି ସଠିକ ଖବର ସାମ୍ନାକୁ ଆସିନାହିଁ କି ସେ ତାଙ୍କର ଏହି ସ୍ପେଶାଲ ଡେ କୁ କିଭଳି ସେଲିବ୍ରେଟ କରିବେ । ମାତ୍ର ଫ୍ୟାନ୍ସମାନେ ଆଶା ବାନ୍ଧି ବସିଛନ୍ତି ଯେ ତାଙ୍କ ସ୍ୱାମୀ ରଣବୀର ଏହି ଜନ୍ମଦିନକୁ ନିଶ୍ଚୟ ସ୍ପେଶାଲ ବନାଇବା ଲାଗି ଚେଷ୍ଟା କରିବେ ।

 

ତେବେ ଏଠାରେ ଆମେ ଏଠାରେ ଆମେ ଦୀପିକାଙ୍କ ବ୍ୟାଡମିଂଟନ ଖେଳ ଠାରୁ ଆରମ୍ଭ କରି ମଡେଲିଂ ଏବଂ ଫିଲ୍ମ କ୍ୟାରିଅରର ଫଟୋ ଦେଖାଇବୁ ।

ଦୀପିକାଙ୍କ ବିଷୟରେ କହିବାକୁ ଗଲେ ଏଭଳି କୌଣସି ଫିଲ୍ମ ନାହିଁ ଯେଉଁଥିରେ ଦୀପିକା ରହିଲେ ହିଟ ହୋଇନାହିଁ ।


ବାପା ପ୍ରକାଶ ପାଦୁକୋଣଙ୍କ ରାସ୍ତା ଅନୁସରଣ କରି ଦୀପିକା ନ୍ୟାଶନାଲ ଲେବଲରେ ମଧ୍ୟ ବ୍ୟାଡମିଂଟନ ଖେଳି ସାରିଛନ୍ତି ।

ଏହାପରେ ଦୀପିକା ମଡେଲିଂ ପାଇଁ ଆକର୍ଷିତ ହୋଇଥିଲେ । ଏହା ଦୀପିକାଙ୍କ ମଡେଲିଂ ପାଇଁ ପ୍ରଥମ ଫଟୋସୁଟ ।
ଏହି ଫଟୋ ଦୀପିକାଙ୍କ ମଡେଲିଂଙ୍କ ଷ୍ଟଗଲ ସମୟର ।

ସମସ୍ତଙ୍କୁ ଲାଗେ ଦୀପିକା ଓମ ଶାନ୍ତି ଓମ ଫିଲ୍ମରେ ଡେବ୍ୟୁ କରିଛନ୍ତି ମାତ୍ର ସେ ଏକ କନ୍ନଡ ଫିଲ୍ମ ‘ଐଶ୍ୱର୍ଯ୍ୟା’ରେ ଡେବ୍ୟୁ କରିଥିଲେ ।

ଏହାପରେ ସେ ଓମ ଶାନ୍ତି ଓମ ଫିଲ୍ମ କରିଥିଲେ । ଏହି ଫିଲ୍ମ ପରେ ସେ ଅନେକ ଫିଲ୍ମ କରିଛନ୍ତି ହାରାହାରି ସମସ୍ତ ଫିଲ୍ମ ତାଙ୍କର ହିଟ ହେବାରେ ଲାଗିଛି । ଶେଷ ଫିଲ୍ମ ଥିଲା ‘ପଦ୍ମାବତ’ । ଏହି ଫିଲ୍ମ ପାଇଁ ଅନେକ ବାଦ ବିବାଦ ଲାଗି ରହିଥିଲା । ଫଳରେ ବହୁଦିନ ପରେ ଏହି ଫିଲ୍ମ ରିଲିଜ ହୋଇଥିଲା ଏବଂ ଜବରଦସ୍ତ ହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More