Only for Entertainment

ପିତାମାନେ ଚିନ୍ତା କରୁଛନ୍ତି କି ? ସାବଧାନ ଏହାର ଶିକାର ହୋଇପାରନ୍ତି ଆପଣଙ୍କ ପିଲା !

parenting
0 63

ପରିବାର ହେଉ କିମ୍ବା କର୍ମକ୍ଷେତ୍ର ମନୁଷ୍ୟକୁ ଅନେକ ସମୟରେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହା ପରମୁହୁର୍ତ୍ତରେ ଚିନ୍ତାର ବିଷୟ ପାଲଟି ଯାଇଥାଏ । ଯଦି ଯେଉଁ ପିତା ଏହି ସବୁ କାରଣକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏହା ଆପଣଙ୍କ ପିଲାଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ ପିତାମାନଙ୍କ ଚିନ୍ତାର ଶିକାର ତାଙ୍କ ପିଲାମାନଙ୍କୁ ଭୋଗିବାକୁ ପଡିଥାଏ । କାରଣ ପିଲାମାନଙ୍କ ମସ୍ତିଷ୍କ ବୃଦ୍ଧିରେ ପିତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ୟୁନିଭରସିଟି ଅଫ୍ ମ୍ୟାରିଲ୍ୟାଣ୍ଡ ସ୍କୁଲର ଗବେଷଣାକର୍ତ୍ତା ଟ୍ରେସି ବେଲ ଏବଂ ତାଙ୍କ ଅନ୍ୟ ସାଥିମାନେ ମିଶି ଏକ ମୂଷା ଉପରେ କରିଥିବା ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ ଚିନ୍ତାର ମୁଖ୍ୟ କାରଣ ହେଉଛି ପିତାଙ୍କ ଶୁକ୍ରାଣୁରେ ଜେନେଟିକ ମ୍ୟାଟେରିଆଲ ମାଇକ୍ରୋ-ଆର-ଏ-ଏନ-ଏ ରେ ପରିବର୍ତ୍ତନ ହୋଇଥାଏ ।
ଏହି ଗବେଷଣାର ପରିଣାମ ଅଷ୍ଟିନ୍ ରେ ହୋଇଥିବା ଏଏଏଏଏସ୍ ୨୦୧୮ ସାଲାନା ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଲା ଯେ ପିତାଙ୍କ ଚିନ୍ତାର କାରଣ ହେଉଛି ଶୁକ୍ରାଣୁରେ ମାଇକ୍ରୋ-ଆର-ଏ-ଏନ-ଏ ରେ ପରିବର୍ତ୍ତନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More