ପାଦରୁ ଜଣାପଡିଥାଏ ବ୍ୟକ୍ତିର ବ୍ୟକ୍ତିତ୍ୱ ! ଜାଣନ୍ତୁ ଆପଣଙ୍କ ପାଦ ଆପଣଙ୍କ ବିଷୟରେ କ’ଣ କହୁଛି ।
ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।
- ପାଦ ଚଉଡା ଥିବା ବ୍ୟକ୍ତିମାନେ ଖୁବ୍ ପରିଶ୍ରମି ହୋଇଥାଆନ୍ତି। କାମ ଶେଷ କରିବା ପର୍ଯ୍ୟନ୍ତ ସେମାନେ ଲାଗିଥାଆନ୍ତି। ପରିଶ୍ରମ କରି ଫଳ ପାଇବାକୁ ସେମାନେ ପସନ୍ଦ କରନ୍ତି।
- ଯେଉଁମାନଙ୍କର ପାଦ ପତଳା ହୋଇଥାଏ ସେମାନେ ସମାନ୍ୟ କର୍ମଠ ସ୍ବଭାବର। ସର୍ବଦା ନିଜ କାମକୁ ଅନ୍ୟ ଉପରେ ଛାଡି ଦେବାକୁ ପସନ୍ଦ କରନ୍ତି।
- ପାଦ ସମତଳ ଥିବା ବ୍ୟକ୍ତି ଯୁକ୍ତିଯୁକ୍ତ କଥା କହିବା ସହ ସର୍ବଦା ସତ୍ୟରେ ବିଶ୍ୱାସ କରନ୍ତି। ଏହାବ୍ୟତୀତ ଅନ୍ୟଲୋକଙ୍କ ସାହଯୋଗକୁ ମଧ୍ୟ ପସନ୍ଦ କରନ୍ତି।
- ଯେଉଁମାନଙ୍କର ପାଦ ସମତଳ ନୁହେଁ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି।
- ପାଦର ଆଙ୍ଗୁଠି ଯେଉଁମାନଙ୍କର ସମାନ ଏପରି ବ୍ୟକ୍ତି ସବୁ କାମକୁ ସଠିକ୍ ଢଙ୍ଗରେ କରିବାକୁ ପସନ୍ଦ କରନ୍ତି।