Only for Entertainment

ଲାଇଭ ଟିଭିରେ ସଥୀ ଆଙ୍କରଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା, ଚାକିରୀରୁ ନିଲମ୍ବିତ ହେଲେ ମହିଳା ଆଙ୍କର

ndtv
0 38

ଜଣଙ୍କର ପ୍ରଶଂସା କରିବା ବଦଳରେ କ’ଣ ଚାକିରୀ ଚାଲିଯାଏ? ପ୍ରଶ୍ନ ଶୁଣି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । କୁୱେତର ଏକ ଲାଇଭ ଟିଭିରେ ଏକ ନ୍ୟୁଜ ଆଙ୍କର ସାଥୀଙ୍କୁ ହ୍ୟାଣ୍ଡସମ କହିବା ମହଙ୍ଗା ପଡିଛି । ପ୍ରଶଂସା କରିବାକୁ ମହିଳା ଆଙ୍କରଙ୍କୁ ଚାକିରୀରୁ ନିଲମ୍ବିତ କରିଦିଆଯାଇଛି ।

ଖବର ଅନୁସାରେ ବାସିମା ଅଲ ଶାମର ନାମକ ମହିଳା ନ୍ୟୁଜ ଆଙ୍କର ନଗର ପାଳିକା ଉପରେ ଖବର ପରିବେଷଣ କରୁଥିଲେ । ଏହି ସମୟରେ ମହିଳା ଆଙ୍ଗରଙ୍କ ନଜର ପୁରୁଷ ଆଙ୍ଗରଙ୍କ ଉପରେ ପଡିଥିଲା । ପୁରୁଷ ଆଙ୍କର ଜଣଙ୍କ ସେହି ସମୟରେ ନିଜ ପୋଷାକ ଠିକ କରୁଥିଲେ । ଏହାକୁ ଦେଖି ମହିଳା ଆଙ୍କର କହିଥିଲେ ତୁମକୁ ଠିକ କରିବାର ଆବଶ୍ୟକତା ନାହିଁ । ତୁମେ ହ୍ୟାଣ୍ଡସମ ଲାଗୁଛ । ଆଙ୍କରଙ୍କର ଏହି ଅନ୍ଦାଜ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ କୁୱେତ ସଂସଦ ସଦସ୍ୟଙ୍କୁ ଲଜ୍ଜ୍ୟାକର ପରିସ୍ଥ୍ିତିର ସାମ୍ନା କରିବାକୁ ପଡିଛି । କାରଣ ଏହା ସେଠାକାର ନ୍ୟାସନାଲ ନ୍ୟୁଜ ଚ୍ୟାନେଲ ।

ମହିଳା ଆଙ୍କରଙ୍କୁ ଚାକିରୀକୁ ବାହାର କରାଯିବା ପରେ ସେ କହିଛନ୍ତି । ଏହା କୌଣସି ମଜାକ ନୁହେଁ ପୁରା ଦେଶ ସାମ୍ନାରେ ଜଣେ ପୋଷାକ ଠିକ କରୁଥିବା ବେଳେ ତାକୁ କହିବା ଆବଶ୍ୟକ ଯେ ସେ ଠିକ ଦେଖାଯାଉଛି । ମୁଁ କେବଳ ସେତିକି କହିଛି । ଏହା ସହିତ ସେ କହିଛନ୍ତି ମୁଁ ଏଥିପାଇଁ କହିଲି କାରଣ ଆମେ ନ୍ୟୁଜ ଚ୍ୟାନେଲ ପାଇଁ ରିପୋର୍ଟ କରିଥାଉ ।

କୁୱେତର ଏମପି ମୋହମ୍ମଦ ଅଲ ହାୟେଫ ଦେଶର ସୂଚନା ମନ୍ତ୍ରୀ ମହିଳା ଆଙ୍କରଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ମହିଳା ଆଙ୍କରଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଏହି ଘଟଣାର ଜାଂଚ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଅନ୍ୟ ପକ୍ଷରେ ଅନେକ ଲୋକ ଏହାକୁ ଭୁଲ ନଷ୍ପତି କହିବା ସହିତ ମହିଳା ଆଙ୍କରଙ୍କୁ ସମର୍ଥନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More