Only for Entertainment

ଫେଙ୍ଗଶୁଇର ଏହି ଟିପ୍ସ ଦୂର କରିବ ନକରାତ୍ମକ ଶକ୍ତି ।

Bankrate
41

ଫେଷ୍ଟିଭାଲ ସିନିଜ ଆରମ୍ଭ ହୋଇସାରିଛି । ଲୋକେ ଏବେ ନିଜ ଘରକୁ ସାଜ ସଜାରେ ଲାଗିପଡିଛନ୍ତି । କାରଣ ଘର ସଫା ଏବଂ ସଜାଇ ରଖିବା ଦ୍ୱାରା ଘରେ ପଜିଟିଭିଟି ଆସିଥାଏ । କିନ୍ତୁ ଅନେକ ଥର ଆମେ ନଜାଣି ଏପରି କିଛି ଭୁଲ କରିଥାଉ ଯାହା ଫଳରେ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫେଙ୍ଗଶୁଇର କିଛି ଟିପ୍ସ ଯହା ଆପଣଙ୍କ ଘରକୁ ନକରାତ୍ମକ ଶକ୍ତିରୁ ଦୂରେଇ ରଖିବ ।

  • ଶୁଖିଯାଇଥିବା ଫୁଲ ବାହାର କରି ଦିଅନ୍ତୁ
    ସତେଜ ଫୁଲ ଘରେ ସୁଗନ୍ଧ ସହିତ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଯଦି ଆପଣ ଫୁଲରେ ସଜାଇଛନ୍ତି ତେବେ ବାସି ଫୁଲକୁ ବାହାର କରିଦିଅନ୍ତୁ ଏବଂ ସେହି ସ୍ଥାନରେ ସତେଜ ଫୁଲ ରଖନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ ।
  • ପୁରୁଣା ଜିନିଷର ବ୍ୟବହାର
    କିଛି ଲୋକେ ପୁରୁଣା ବା ସେକେଣ୍ଡ ହ୍ୟାଣ୍ଡ ଜିନିଷ ବ୍ୟବହାର କରି ଘର ସଜାଇଥାନିତି । ଏପରି କରିବା ଦ୍ୱାରା ଘର ତ ସଜେଇ ହୋଇଯାଏ କିନ୍ତୁ ଜିନିଷ ସହିତ ପୂର୍ବ ମାଲିକର ନକାରାତ୍ମକ ଶକ୍ତି ନିଜ ସହିତ ନେଇ ଆସିଥାଏ । ଏହା ଦ୍ୱାରା ଘର ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।
  • ନେଗେଟିଭ ଗିଫ୍ଟ ସ୍ୱିକାର କରନ୍ତୁ ନାହିଁ
    କେବେ କାହାକୁ ଭଲ ପାଇବାର ପ୍ରତୀକ ତାଜମହଲ, କଳା ରଙ୍ଗର କୌଣସି ଜିନିଷ ଗିଫ୍ଟ ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ ।
  • ଦୁଃଖ ପେଣ୍ଟିଂ ରଖନ୍ତୁ ନାହିଁ
    ଭୁଲରେ ମଧ୍ୟ ଦୁଃଖୀ କିମ୍ବା କାହାକୁ ପ୍ରତୀକ୍ଷା କରୁଥିବା ପେଣ୍ଟିଂରେ ଘର ସଜାନ୍ତୁ ନାହିଁ । ଏପରି ପେଣ୍ଟିଂ ଲଗାନ୍ତୁ ଯାହା ଆପଣଙ୍କୁ ଖୁସୀ ଏବଂ ଉତ୍ସାହ ଦେବ ।
  • ସଙ୍ଗୀତ ଦୂର କରେ ନକରାତ୍ମକତା
    ସଙ୍ଗୀତ ମନକୁ ଶାନ୍ତି ଦେଇଥାଏ ଏହା ସହିତ ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ଏପରି ଗୀତ ଶୁଣନ୍ତୁ ଯାହା ପଜିଟିଭ ଶକ୍ତି ଦେଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More