Only for Entertainment

ଖାଦ୍ୟ ହଜମରେ ସାହାଯ୍ୟ କରେ ମେଥି ।

FitnessTips
30

ମେଥିକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । କେବଳଯେ ମଧୁମେହ ରୋଗୀଙ୍କ ପାଇଁ ଏହା ଭଲ ତାହା ନୁହେଁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ତେବେ ଅତି ସରଳ ଭାବରେ ଆପଣ କହିପାରିବେଯେ ଏହା କୌଣସି ଔଷଧ ଠାରୁ କମ ନୁହେଁ । ଯାହାକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଉଚିତ ।

ଶୀତ ଦିନେ ମେଥି ଥଣ୍ଡା- କାଶରୁ ଦୂର ରଖିବାରେ ସାହାଯ୍ୟ କରେ । ମେଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥାଏ । ମେଥିର ପାଣି ଶରୀରରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ଶେଷ କରିଥାଏ ।

ଶରୀର ପାଇଁ ମେଥିର ପାଣି ବେଶ ଲାଭଦାୟକ ଅଟେ । ମେଥି ଓଜନ କମ କାରିବାରେ ସାହାଯ୍ୟ କରେ । ଏଥିରେ ଫାଇଭରର ମାତ୍ରା ଅଧିକ ଥାଏ । ମେଥି ପାଣି ପିଇବା ଦ୍ୱାରା ଅଧିକ ଭୋକ ହୁଏ ନାହିଁ ।

ମେଥିର ଦାନାକୁ ପେଶି ଏହାର ପାଉଡରକୁ ଉଷୁମ ପାଣିରେ ପିଇବା ଦ୍ୱାରା ପଚନତନ୍ତ୍ର ଭଲ ହୋଇଥାଏ ।

ମେଥି ଖାଇବା ଦ୍ୱାରା ଏସିଡିଟିର ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ସକାଳେ ମେଥି ପାଣି ପିଇବା ଦ୍ୱାରା ପେଟର ଜଳନ କମ ହୁଏ ଓ ଏସିଡିଟିରୁ ମୁକ୍ତି ମିଳିଥାଏ ।

ମେଥି ଶାଗ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କମ ହୋଇଥାଏ । ମେଥିରେ ଲିପୋ ପ୍ରୋଟିନ ଥାଏ ।

ମେଥି ଶାଗ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ ପ୍ରଚୁର ମାତ୍ରାରେ ଥାଏ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More