Only for Entertainment

ରିଲିଜ ହେଲା କମଲ ହାସନଙ୍କ ବିବାଦୀୟ ଫିଲ୍ମ ବିଶ୍ୱରୂପମର ଟ୍ରେଲର ।

india.com
0 38

ଅନେକ ଚର୍ଚ୍ଚା, ବହୁ ବାଦ ବିବାଦ ପରେ ଶେଷରେ ଆସିଲା ଅଭିନେତା କମଲ୍ ହସନ୍ଙ୍କ ଫିଲ୍ମ ବିଶ୍ୱରୂପମ୍ – ଟୁର ପ୍ରଥମ ଟ୍ରେଲର୍ । ୨୦୧୩ ମସିହାରେ ଆସିଲା ବିଶ୍ୱରୂପମ୍ର ପ୍ରଥମ ଭାଗ । ଆଉ ସେବେଠାରୁ ହିଁ ଏହାର ସିକ୍ୱେଲ୍ ପାଇଁ ହୋଇ ସାରିଥିଲା ଘୋଷଣା । ମାତ୍ର ସିନେମାକୁ ନେଇ ପରେ ଅନେକ କଂଟ୍ରୋଭର୍ସି ସାମ୍ନାକୁ ଆସିଥିଲା । ଫଳରେ ଦ୍ୱିତୀୟ ଭାଗକୁ ଆସିବାକୁ ୫ ବର୍ଷ ଲାଗି ଯାଇଥିଲା । ଏବେ ରିଲିଜ୍ ହୋଇଥିବା ବିଶ୍ୱରୂପମ୍ ସିକ୍ୱେଲ୍ର ପ୍ରଥମ ଟ୍ରେଲର୍କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା ।

ଏହି ସ୍ପାଏ – ଥ୍ରୀଲର୍ ସିନେମାରେ କମଲ୍ ହସନ୍ଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମରେ ଆତଙ୍କବାଦ ବିରୋଧ ଲଢେଇକୁ ସ୍ଥାନ ଦେଇଛନ୍ତି ମେକର୍ । ରାଜନୀତିରେ ସକ୍ରିୟ ଥିବେ ଅଭିନେତା କମଲ୍ ହସନ୍ ଏହି ସିନେମାରେ ଜଣେ ଦେଶଭକ୍ତର ଚରିତ୍ର ତୁଲାଇଛନ୍ତି । ବିଶ୍ୱରୂପମ୍ ଭଳି ଏହି ସିକ୍ୱେଲ୍ ସିନେମାରେ ଭରପୁର ଆକ୍ସନ୍ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ, ପ୍ରଯୋଜନା ସମେତ ନିର୍ଦ୍ଦେଶନା ବି ଦେଇଛନ୍ତି କମଲ୍ ହସନ୍ । ଏହି ଚଳଚ୍ଚିତ୍ରରେ ରାହୁଲ ବୋଷଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିବ । ଏହାଛଡା ପୂଜା କୁମାର୍, ଶେଖର୍ କପୁର, ୱାହିଦା ରେହମାନ୍, ଜୟଦୀପ ଅହ୍ଲାବତ୍, ୟୁସୁଫ୍ ହୁସୈନ୍ ଏବଂ ରାଜେନ୍ଦ୍ର ଗୁପ୍ତା ଆଦି କଳାକାରଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ ଏହି ସିନେମାରେ । ଅଗଷ୍ଟ ୧୦ ତାରିଖରେ ମୁକ୍ତିଲାଭ କରିବ ବିଶ୍ୱରୂପମ୍ – ଟୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More