Only for Entertainment

ଆକାଶରେ ସଂସ୍କାର ଭୁଲିଲେ ସୁଶାନ୍ତ ସିଂ ରାଜପୁତ,ବୟସ୍କଙ୍କୁ କଲେ ଏଭଳି ବ୍ୟବହାର ।

BookMyShow
0 33

ବ୍ୟବହାର ସାମ୍ନାରେ ବଡ଼ ବଡ଼ ସୁପରଷ୍ଟାର ମଧ୍ୟ କିଛି ନୁହଁନ୍ତି । ଯେତେବେଳେ ସୁପରଷ୍ଟାର ତାଙ୍କ ସାମ୍ନାରେ କିଛି ନୁହଁନ୍ତି ସାଧାରଣ ଲୋକଙ୍କୁ ବା ପଚାରେ କିଏ । ଡେରାଡୁନରେ ମୁମ୍ବାଇ ଯାଉଥବା ସମୟରେ ଫ୍ଲାଇଟରେ ସୁଶାନ୍ତ ଯାହା କଲେ ତାହା ଖୁବ ଲଜ୍ଜାଜନକ ।

ଡେରାଡୁନରୁ ବାହାରୁଥିବା ଫ୍ଲାଇଟ ୨ ଘଂଟାରେ ମୁମ୍ବାଇରେ ପହଂଚିଯାଏ । ପ୍ରତିଦିନ ଏହି ଘଟଣା ନିରନ୍ତର ଚାଲୁଥାଏ । ସମସ୍ତଙ୍କ ଯାତ୍ରା ସମାପ୍ତ ହୋଇଯାଏ । କିନ୍ତୁ ଏହିଥର ଘଟିଲା କିଛି ଭିନ୍ନ ଘଟଣା,ତାହା ପୁଣି କଲେ ଜଣେ ସେଲିବ୍ରେଟୀ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ତାଙ୍କ ସାଥ ଦେଲେ ଜଣେ କୋ ଷ୍ଟାର । ଯାହାକୁ ସମସ୍ତେ ନିନ୍ଦା କରିଛନ୍ତି ।

 

kedarnathଫ୍ଲାଇଟରେ କେଦାରନାଥର ନାୟକ ସୁଶାନ୍ତ ସିଂ ରାଜପୂତ ଏବଂ ନାୟିକା ସାରା ଅଲି ଖାନ ଯାତ୍ରା କରୁଥିଲେ । ସୁଟିଂ ଶେଷ କରି ଫ୍ଲାଇଟରେ ମୁମ୍ବାଇ ଫେରୁଥିବା ସମୟରେ ଦୁଇଜଣ କଥାବାର୍ତ୍ତାରେ ଖୁବ ମଜି ଯାଇଥିଲେ ଏବଂ ସୁଶାନ୍ତ ସିଟ ବେଲ୍ଟ ପିନ୍ଧି ନଥିଲେ । ଏହି ସମୟରେ ଜଣେ ବୟସ୍କ ଯେତେବେଳେ ତାଙ୍କୁ ସିଟ ବେଲ୍ଟ ପିନ୍ଧିବା ପାଇଁ ପରାମର୍ଶ ଦେଲେ ତ ସୁଶାନ୍ତଙ୍କୁ ଏହା ହଜମ ହେଲା ନାହିଁ । କିନ୍ତୁ ସେହି ସମୟରେ ସୁଶାନ୍ତ କିଛି କହିଲେ ନାହିଁ । ପରବର୍ତ୍ତୀ ସମୟରେ ଅର୍ଥାତ ଫ୍ଲାଇଟ ଟେକ ଅଫ ହେବା ପରେ ସୁଶାନ୍ତ ପୂରା ରାସ୍ତାରେ ବୟସ୍କ ବ୍ୟକ୍ତିଙ୍କର ମଜାକ ଉଡ଼ାଇବାକୁ ଲାଗିଲେ । ଫ୍ଲାଇଟରେ ବସିଥିବା ଲୋକଙ୍କୁ ସୁଶାନ୍ତଙ୍କ ଅପେକ୍ଷା ଅଧିକ କ୍ରୋଧ ସାରା ଅଲି ଖାନଙ୍କ ଉପରେ ଆସିଲା । କାରଣ ସାରା ଜଣେ ନବାବ ପରିବାରର ହୋଇ ମଧ୍ୟ ସୁଶାନ୍ତଙ୍କୁ ଖୁବ ସାଥ ଦେଉଥିଲେ ।

ମେଗା ସିରିଅଲ ପବିତ୍ର ରିସ୍ତାରୁ ଟିଭିରେ କ୍ୟାରିଅର ଆରମ୍ଭ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ଲାଗିଲେ ସୁଶାନ୍ତ,ଏହାପରେ ଫିଲ୍ମରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସୁଶାନ୍ତ । ଭୁଲି ଯାଇଛନ୍ତି ପୂର୍ବ ପ୍ରେମିକା ଅର୍ଚ୍ଚିତା ଲୋଖଣ୍ଡେକୁ,ଯିଏ ପ୍ରତିଟି ସମୟରେ ତାଙ୍କ ସାଥିରେ ଥିଲେ । ସାମାନ୍ୟ ସେଡାନ କ୍ଲାସରେ ବୁଲୁଥିବା ସୁଶାନ୍ତ ଏବେ ବିଏମଡବ୍ଲ୍ୟୁ ଏବଂ ମରସିଡିଜରେ ବୁଲୁଛନ୍ତି । କେତେବେଳେ କ୍ରିତି ସାନନ ତ କେତେବେଳେ ସାରାଙ୍କ ସହିତ ସଂପର୍କ ଗଭୀର ହେଉଥିବା ଶୁଣିବାକୁ ମିଳୁଛି । ତେବେ ସୁଶାନ୍ତଙ୍କ ଲଭ ଲାଇଫ ବଦଳି ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More