Only for Entertainment

୨୫ ଜାନୁଆରୀରେ ରିଲିଜ ହେବ ନିର୍ଭୟା ଉପରେ ନିର୍ମିତ ଫିଲ୍ମ ‘ଦିଲ୍ଲୀ ବସ’

Social News XYZ
18

ନିର୍ଦ୍ଦେଶକ ଶରୀକ ମିହ୍ନାଜଙ୍କ ଫିଲ୍ମ ‘ଦିଲ୍ଲୀ ବସ’ ଆସନ୍ତା ବର୍ଷ ୨୫ ଜାନୁଆରୀରେ ରିଲିଜ ହେବ । ଏହି ଫିଲ୍ମ ନୂଆ ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୬ରେ ଚଳନ୍ତା ବସରେ ହୋଇଥିବା ଗଣଦୁଷ୍କର୍ମ ଉପରେ ଆଧାରିତ । ନିର୍ଦ୍ଦେଶକ ଶରୀକଙ୍କ କହିବା ଅନୁସାରେ ଏହି ଫିଲ୍ମର କାହାଣୀ ନିର୍ଭୟାକୁ ଏକ ଶ୍ରଦ୍ଦାଞ୍ଜଳୀ ।

ଶରୀକ ଏହା ମଧ୍ୟ କହିଛନ୍ତି ଯେ, ‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଆଜି ମଧ୍ୟ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେଥିପାଇଁ ଆମେ ଏହି ପରି ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଚିନ୍ତାକଲୁ । ଯାହାକୁ ଦେଖିବା ପରେ ସମାଜରେ ଏକ ପରିବର୍ତ୍ତନ ଆସିବ ଏବଂ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆସିବ ।’ ଏହି ଫିଲ୍ମରେ ଦିବ୍ୟା ସିଂ ,ନିଲିମା ଅଜୀମ, ସଂଜୟ ସିଂଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୨୫ ଜାନୁଆରୀ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More