Only for Entertainment

ରିଲିଜ ହେଲା ଫିଲ୍ମ ଡ୍ରାଇଭ’ର ପ୍ରଥମ ଗୀତ ‘ମଖନା’ , ହଟ ଜ୍ୟାକଲିନଙ୍କ ସହ ଖାସ ଅନ୍ଦାଜରେ ନଜର ଆସିଲେ ଭର୍ସାଟାଇଲ ଅଭିନେତା ସୁଶାନ୍ତ !

32

ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ’କୁ ପ୍ରଶଂସକ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହି ଫିଲ୍ମର ରିଲିଜ ତାରିଖ ଅନେକ ଥର ବଦଳିବାରେ ଲାଗିଛି । ଫିଲ୍ମ ଡ୍ରାଇଭର ପ୍ରଥମ ଗୀତ ମଖନା’ରିଲିଜ ହେବା ପୂର୍ବରୁ ଏହାର ଫାଷ୍ଟ ଲୁକ ରିଲିଜ ହୋଇଥିଲା । ଯାହା ଖୁବ ଦମଦାର ନଜର ଆସିଛି । ପୋଷ୍ଟରରେ ଜ୍ୟାକଲିନ ଖୁବ ହଟ ନଜର ଆସୁଥିବା ବେଳେ । ଜ୍ୟାକଲିନ ନିଜ ଇଂଷ୍ଟାଗ୍ରାମରେ ଗୀତର ଫାଷ୍ଟ ଲୁକ ଶେୟାର କରି ଗୀତ ଗୁରୁବାର ରିଲିଜ ହେବ । ତେବେ ଗୁରୁବାର ଅର୍ଥାତ ଆଜି ଏହି ଫିଲ୍ମର ଗୀତ ରିଲିଜ ହୋଇଛି । ଏହି ଗୀତରେ ସଂଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚୀ ଏବଂ ଗୀତରେ କଣ୍ଠଦାନ କରିଛନ୍ତି ତନିଷ୍କ ବାଗଚୀ, ୟଶୀର ଦିଶାଇ ଏବଂ ଆଶିଷ କୌର । ଲିରିକ୍ସ ଲେଖିଛନ୍ତି ଓଜିଲ ଦଲାଲ ଏବଂ ତନିଷ୍କ ବାଗଚୀ ।


କିଛି ଦିନ ହେବ କରଣ ଜୋହର ଘୋଷଣା କରିଥିଲେ ଯେ ଏହି ଫିଲ୍ମ ନେଟଫ୍ଲିକ୍ସରେ କରାଯିବ । ଡ୍ରାଇଭ ଏକ ଆକ୍ସନ ଥ୍ରିଲର ଫିଲ୍ମ ଅଟେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତରୁଣ ମନସୁଖାନୀ । ଫିଲ୍ମରେ ଜ୍ୟାକଲିନ ଏବଂ ସୁଶାନ୍ତ ସିଂଙ୍କ ବ୍ୟତୀତ ବୋମାନ ଇରାନୀ, ପଙ୍କଜ ତ୍ରିପାଠୀ, ବିଭା ଛିବର, ସପନା ପବି ଏବଂ ବିକ୍ରମଜୀତ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ କାହାଣୀ କାର ରେସିଂ ଖେଳ ଉପରେ ଆଧାରିତ । ତେବେ ଏଠାରେ ଆମେ କହି ରଖୁଛୁ ଯେ ନଭେମ୍ବର ୧ରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More