Only for Entertainment

ରିଲିଜ ହେଲା ଫିଲ୍ମ ‘ଡ୍ରାଇଭ’ର ଆଉ ଏକ ଗୀତ ‘ପ୍ରେମ ପୁଜାରୀ’ !

30

ଅଭିନେତା ସୁଶାନ୍ତ ସିଂ ରାଜପୂତ ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଫିଲ୍ମ ‘ଡ୍ରାଇଭ’ର ଆଉ ଏକ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ପ୍ରେମ ପୁଜାରୀ’ । ଏହାବ୍ୟତୀତ ଗୀତରେ ସୁଶାନ୍ତ ଏବଂ ଜ୍ୟାକଲିନଙ୍କ କେମେଷ୍ଟ୍ରି ଓ ଡାନ୍ସ ଦେଖିବାକୁ ମିଳିଛି । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅର୍ମତ୍ୟ ବୋବୋ ରାହୁତ । ଫିଲ୍ମରେ ସୁଶାନ୍ତ ଏକ ଫମୂର୍ଲା ୧ ରେସିଂ ଡ୍ରାଇଭର ଭୂମିକାରେ ନଜର ଆସିବେ, ଯାହା ପାଇଁ ଷ୍ଟ୍ରିଟ ରେସିଂ ଖୁବ ସାଧାରଣ କଥା । ସେହିଭଳି ଜ୍ୟାକଲିନ ମଧ୍ୟ ରେସର ଏକ ଭୂମିକାରେ ଅଛନ୍ତି । ଏହା ପରେ ଦୁହେଁ ରେସ ଚ୍ୟାଲେଂଜ ନିଅନ୍ତି ଏବଂ ଏହା ଧୀରେ ଧୀରେ ଚୋରୀ ପର୍ଯ୍ୟନ୍ତ ପଳାଏ । ଚୋରୀ ରାଷ୍ଟ୍ରପତି ଭବନରେ ହେବ । ଏଥିପାଇଁ ଚୋର ଶାନଦାର କାର୍ ର ବ୍ୟବହାର କରିବେ । ଫିଲ୍ମ ଟ୍ରେଲରରେ ପଙ୍କଜ ତ୍ରିପାଠୀ ଏବଂ ବମନ ଈରାନୀ ଅଫିସର ଭୂମିକାରେ ନଜର ଆସିଛନ୍ତି ଯିଏ କି ଏହି ଚୋରୀକୁ ରୋକିବା ପାଇଁ ଚାହୁଁଛନ୍ତି ।

ଫିଲ୍ମର ରିଲିଜ ଡେଟକୁ ନେଇ ମେକର୍ସ କିଛି ଦିନ ପୂର୍ବେ ଘୋଷଣା କରିଥିଲେ ଯେ ଡ୍ରାଇଭ ସିନେମାଘରେ ନୁହେଁ ବରଂ ନେଟଫ୍ଲିକ୍ସରେ ରିଲିଜ କରାଯିବ । ଫ୍ୟାନ୍ସଙ୍କୁ ପ୍ରଥମଥର ଜ୍ୟାକଲିନ ଏବଂ ସୁଶାନ୍ତ ସିଂଙ୍କ ଯୋଡି ଦେଖିବାକୁ ମିଳିବ ।

ତରୁଣ ମନସୁଖାନୀ ‘ଡ୍ରାଇଭ’ ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ଏହା ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମ ନେଟଫ୍ଲିକ୍ସରେ ପ୍ରଥମ ଓରିଜିନାଲ ଫିଲ୍ମ ହେବ ।

ସୁଶାନ୍ତ ଜ୍ୟାକଲିନଙ୍କ ବ୍ୟତୀତ ବୋମନ ଈରାନୀ,ପଙ୍କଜ ତ୍ରିପାଠୀ,ସପନା ପବ୍ୱୀ, ବିଭା ଛିବର ଏବଂ ବିକ୍ରମଜିତ ମଧ୍ୟ ନଜର ଆସିବେ । ଫିଲ୍ମର କାହାଣୀ କାର ରେସିଂ ଖେଳ ଉପରେ ଆଧାରିତ । ଏହି ଫିଲ୍ମ ୧ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More