ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଆଗାମୀ କମେଡି ଫିଲ୍ମ ‘ଫ୍ରାଏଡେ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମରେ ଗୋବିନ୍ଦା ଲମ୍ବା ବ୍ୟବଧାନ ପରେ ଫିଲ୍ମରେ ନଜର ଆସିବେ । ଟ୍ରେଲରରେ ଖୁବ ମଜାଦାର କମେଡି ଦେଖିବାକୁ ମିଳିଛି । ଟ୍ରେଲରରେ ଗୋବିନ୍ଦା ରସିକ ମିଜାଜରେ ନଜର ଆସିଛନ୍ତି । ଫିଲ୍ମରେ ବରୁଣ ଶର୍ମା ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଗୋବିନ୍ଦା ବରୁଣଙ୍କ ଭିଣୋଇ ଭୂମିକାରେ ନଜର ଆସିଛନ୍ତି ।
ଫିଲ୍ମରେ ଗୋବିନ୍ଦା ଏବଂ ବରୁଣଙ୍କ ସମେତ ସଂଜୟ ମିଶ୍ରା, ବୃଜେନ୍ଦ୍ର କାଲାଙ୍କ ପରି କଳାକାର ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ଟିଭି ସିରିଏଲ ବୀରା ଫେମ ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ ବଲିଉଡ ଡେବ୍ୟୁ କରିଛନ୍ତି । ପୁଷ୍ପଦୀପ ଭାରଦ୍ୱାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୨ ଅକ୍ଟୋବରରେ ରିଲିଜ ହେବ ।