Only for Entertainment

ପରଦାରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ବାବୁଶାନ ମହାନ୍ତି ଏବଂ ଅଭିନେତ୍ରୀ ତମନ୍ନା ବ୍ୟାସ, ରିଲିଜ ହେଲା ଫିଲ୍ମର ପ୍ରଥମ ଗୀତ !

52

ଚଳିତ ବର୍ଷ ରଜରେ ଦେଖିବାକୁ ମିଳିବ ବାବୁଶାନ ମହାନ୍ତି ଏବଂ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ଦମବାର ଯୋଡି । ଦୁହେଁ ପ୍ରଥମ ଥର ପାଇଁ ପରଦାରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ ‘ଗୋଲମାଲ ଲଭ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ବାବୁଶାନ -ତମନ୍ନାଙ୍କୁ ଏକାଠି ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ନିକଟରେ ମେକର୍ସ ଫିଲ୍ମର ଦୁଇଟି ପୋଷ୍ଟର ସହିତ ଏକ ମୋଶନ ପୋଷ୍ଟର ସେୟାର କରିଥିଲେ । ଏହି ପୋଷ୍ଟର ଗୁଡିକରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ନଜର ଆସିଛି । ଫିଲ୍ମରେ ବାବୁଶାନଙ୍କ ଏକ ନୂଆ ଗେଟଅପରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମର ପ୍ରଥମ ଅଡିଓ ରିଲିଜ ହୋଇଛି । ତେବେ ଏହି ଫିଲ୍ମର ପ୍ରଥମ ଅଡିଓ ରିଲିଜ ହୋଇଛି । ଗୀତର ବୋଲ ରହିଛି ସର୍ଜିକାଲ ଷ୍ଟ୍ରାଇକ । ଗୀତକୁ ଗାଇଛନ୍ତି ହ୍ୟୁମାନ ସିଙ୍ଗର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଳିରିକ୍ସ ଲେଖିଛନ୍ତି ନିର୍ମଳ ନାୟକ ।

ପୂର୍ବ ଅପେକ୍ଷା ବାବୁଶାନ ନିଜ ବଡି ଉପରେ କାମ କରିଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଟ୍ରାନ୍ସଫରମେଶନକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।ଫିଲ୍ମ ‘ଗୋଲମାଲ ଲଭ’ ବିଷୟରେ କହିବାକୁ ଗଲେ ଫିଲ୍ମକୁ ଷ୍ଟାଇଲିସ ନିର୍ଦ୍ଦେଶକ ଅଶୋକ ପତି ନିର୍ଦ୍ଦେଶନା ଦେଉଛନ୍ତି । ଅଭିଜିତ ମଜୁମଦାର ଏହାର ସଙ୍ଗିତ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି । ଫିଲ୍ମ ଚଳିତ ବର୍ଷ ରଜରେ ରିଲିଜ ହେବାକୁ ଯାଉଛି । ଆଶା କରାଯାଉଛି ଦୁହିଁଙ୍କ ଯୋଡି ଏବଂ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More