Only for Entertainment

ଜଲେବୀ’ରେ ନଜର ଆସିବ ଜୀବନର ସମସ୍ୟା, ଫିଲ୍ମ ପୋଷ୍ଟର ହେଲା ରିଲିଜ !

zeenews
0 31

ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜଲେବୀ- ଦ ଏଭର ଲାଷ୍ଟିଂ ଟେଷ୍ଟ ଅଫ ଲଭ’ପାଇଁ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ତାଙ୍କ କହିବା ମୁତାବକ ଏହାର କାହାଣୀ ସମସ୍ୟା ଏବଂ କଷ୍ଟ ମଧ୍ୟରେ ଜୀବନ ବିତାଇବା ଉପରେ ଆଧାରିତ ।

ମିଡିଆକୁ ଦେଇଥିବା ବୟାନ ମୁତାବକ, ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ବିଶେଷ ଫିଲ୍ମ ଦ୍ୱାରା ସମର୍ଥିତ ଫିଲ୍ମ ୧୨ଅକ୍ଟୋବରରେ ରିଲିଜ ହେବ । ମହେଶ ଭଟ୍ଟଙ୍କ କହିବା ମୁତାବକ , ଜଲେବି ଆପଣଙ୍କୁ ପୂରୁଣା ଜିନିଷ ସରିଲା ପରେ ନୂଆ ନ ହୋଇ ପାରିଲେ କେମିତି ବଂଚିବାକୁ ହୁଏ ତାହା ଏହି ଫିଲ୍ମରେ ଝଲକ ଦେଖିବାକୁ ମିଳିବ । ମହେଶ ଭଟ୍ଟ ଫିଲ୍ମ ଜଲେବୀ’ର ପୋଷ୍ଟର ମଧ୍ୟ ନି ସୋସିଆଲ ମିଡିଆ ଅକାଉଂଟରେ ଶେୟାର କରିଛନ୍ତି ।

ଏହି ଫିଲ୍ମ ଜରିଆରେ ଟେଲିଭିଜନ ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ସେ କୁବୁଲ, ବୀରା ଏବଂ ରିଆଲିଟି ଶୋ’ ବିଗବସରେ କାମ କରି ସାରିଛନ୍ତି । ଫିଲ୍ମରେ ରିୟା ଚକ୍ରବର୍ତ୍ତୀ ଏବଂ ନବୋଦିତା ବରୁଣ ମିତ୍ରାଙ୍କ ଭଳି ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ପୁଷ୍ପଦୀପ ଭରଦ୍ୱାଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More