Only for Entertainment

ସାମ୍ନାକୁ ଆସିଲା ନୋଟବୁକ ଫିଲ୍ମର ଆଉ ଏକ ଗୀତ “ସଫର” !

28

ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ‘ନୋଟ୍ବୁକ୍’ର ମନଛୁଆଁ ଗୀତ ‘ସଫର୍’ । ଗୀତରେ ଫିଲ୍ମର ଲିଡ୍ ଜାହିର୍ ଇକବାଲଙ୍କୁ ଦେଖିବାକୁ ମିଳିଛି । ସିନେମାରେ ତାଙ୍କ ଚରିତ୍ରର ନାମ ରହିଛି କବିର୍ । ଯିଏ କି ଏମିତି ଏକ ସ୍କୁଲ୍କୁ ଯାଏ ପଢାଇବା ପାଇଁ ଯେଉଁଠି ଚାରି ପଟେ ଖାଲି ପାଣି ଆଉ ପାଣି ।

କାଶ୍ମୀର୍ ଭାଲିରେ ଏହି ସିନେମାର ସୁଟିଂ କରାଯାଇଛି । ଆଉ ଗୀତରେ ସ୍ଥାନ ପାଇଛି କାଶ୍ମୀରର ସୁନ୍ଦରତା । ଦମଦାର୍ ମ୍ୟୁଜିକ୍ ସହ ଆକର୍ଷଣୀୟ ଲିରିକ୍ସ ଏହି ଗୀତକୁ କରିଛି ଖାସ । ବିଶାଲ୍ ମିଶ୍ରାଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ମୋହିତ୍ ଚୌହ୍ୱାନଙ୍କ ଆକର୍ଷଣୀୟ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି କୌଶଲ୍ କିଶୋର୍ ।

ସଲମାନ୍ ଖାନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହ ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜାହିର୍ ଓ ପ୍ରାନୂତନ । ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିତିନ୍ କକ୍କର୍ । ୨୯ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ନୋଟ୍ବୁକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More