Only for Entertainment

ହଲରେ ନୁହେଁ ଫେସବୁକରେ ଲାଇଭ ହେଲା ଫିଲ୍ମ ପଦ୍ମାବତ ! ମୁହୂର୍ତ୍ତରେ ହେଲା ଭାଇରାଲ

kanaknews
0 42

ଫେସବୁକରେ ଲିକ୍ ହେଲା ପଦ୍ମାବତ ଫିଲ୍ମ । ସଞ୍ଜୟ ଲୀଲା ଭଂସାଲୀଙ୍କ ପଦ୍ମାବତ ଫିଲ୍ମ ଆଜି ପୂରା ଦେଶରେ ରିଲିଜ ହୋଇଛି । କରଣୀ ସେନା ଭୟରେ ଅନେକ ଦର୍ଶକ ପଦ୍ମାବତ ଫିଲ୍ମକୁ ମିସ କରୁଛନ୍ତି । କିନ୍ତୁ ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ଦର୍ଶକ ଏହାକୁ ଫେସବୁକରେ ଲିକ୍ କରିଛନ୍ତି । ତେବେ ଫେସବୁକରେ ପଦ୍ମାବତ ଫିଲ୍ମ ଲିକ ହେବା ପରେ ଏବେ ଏହା ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, କିଛି ଦର୍ଶକ ହଲରେ ଫିଲ୍ମ ଦେଖୁଥିବା ବେଳେ ଏହାକୁ ଫେସବୁକ ଲାଇଭ କରିଥିଲେ । ଫେସବୁକ ଲାଇଭ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟଟିକୁ ଅନେକ ଲୋକ ଦେଖି ସାରିଲେଣି । ପ୍ରାୟ ୨୫ ମିନିଟରୁ ଉଦ୍ଧ୍ୱର୍ ସମୟ ଧରି ପଦ୍ମାବତ ଫିଲ୍ମର ଫେସବୁକ ଲାଇଭ ହୋଇଥିଲା । ଜାଟୋଙ୍କ ଆଡ୍ଡା ନାମକ ଏକ ପେଜରୁ ଏହି ଫେସବୁକ ଲାଇଭ ହୋଇଛି ।

ଫେସବୁକରେ ପଦ୍ମାବତ ଫିଲ୍ମ ଲିକ ହେବା ପରେ ଏହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା । ଫେସବୁକ ଲାଇଭ ହୋଇଥିବା ଭିଡିଓକୁ ପାଖାପାଖି ୧୫ ହଜାର ଲୋକ ସେୟାର କରିଛନ୍ତି । ତେବେ ଏହି ଖବର ନିର୍ମାତାଙ୍କ ନଜରକୁ ଆସିବା ପରେ ଏହାକୁ ଉକ୍ତ ପେଜରୁ ହଟାଯାଇଛି । ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ନିର୍ମିତ ହୋଇଥିବା ପଦ୍ମାବତ ଗୁରୁବାର ୪୦୦୦ ସ୍କ୍ରିନରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More