Only for Entertainment

ଫିଲ୍ମ ସମୀକ୍ଷା: ୧୦୨ ନଟ ଆଉଟ

Filmy Holic
0 32

Ratings

6.6
Good
  • IMDb 6.1
  • Times Of India 7

ଫିଲ୍ମ ନାମ – ୧୦୨ ନଟ ଆଉଟ
ନିର୍ଦ୍ଦେଶକ- ଉମେଶ ଶୁକ୍ଲା
ଷ୍ଟାର କାଷ୍ଟ- ଅମିତାଭ ବଚ୍ଚନ, ଋଷି କପୁର, ଜିମିତ ତ୍ରିବେଦୀ
ଅବଧି- ୧ ଘଣ୍ଟା ୪୨ ମିନିଟ
ସାର୍ଟିଫିକେଟ- ୟୁ/ଏ

‘ଓ ମାଇଁ ଗଡ’, ‘ଅଲ ଇଜ ୱେଲ’ ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ଆକ୍ଟର, ରାଇଟର ଏବଂ ଡାଇରେକ୍ଟର ଉମେଶ ଶୁକ୍ଲାଙ୍କ ଫିଲ୍ମ ‘୧୦୨ ନଟ ଆଉଟ’ ଆଜି ରିଲିଜ ହୋଇଛି । ଗୁଜୁରାଟୀ ପ୍ଲେ ଉପରେ ଆଧାରିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଋଷି କପୁର ଲିଡ ରୋଲରେ ନଜର ଆସିଛନ୍ତି ।

କାହାଣୀ-
ଫିଲ୍ମର କାହାଣୀ ମୁମ୍ବାଇରେ ରହିଥିବା ୧୦୨ ବର୍ଷ ବୟସ୍କ ଦତ୍ତାତ୍ରେୟ ଜଗଜୀବନ ବଖାରିଆ(ଅମିତାଭ ବଚ୍ଚନ) ଏବଂ ତାଙ୍କ ୭୫ ବର୍ଷ ବୟସ୍କ ପୁଅ ବାବୁଲାଲ (ଋଷି କପୁର)ଙ୍କ ଉପରେ ଆଧାରିତ । ଦୁହେଁ ମୁମ୍ବାଇର ବିଲେ ପାର୍ଲେ ସ୍ଥିତ ଶାନ୍ତି ଭବନରେ ରୁହନ୍ତି । ଦିନେ ଦତ୍ତାତ୍ରେୟ ଜାଣିବାକୁ ପାଆନ୍ତି ଚିନର ଆଙ୍ଗେ ଚେଙ୍ଗ ତୁଙ୍ଗଙ୍କ ପାଖରେ ୧୧୮ ବର୍ଷ ବଞ୍ଚିବାର ୱାଲ୍ଡ ରେକର୍ଡ ରହିଛି । ଏହି ରେକର୍ଡକୁ ବାଙ୍ଗିବା ପାଇଁ ସେ ମନ ବଳାଇଥାନ୍ତି । ସେଥିପାଇଁ ସେ ତାଙ୍କର ପୁଅଙ୍କୁ ବୃଦ୍ଧାଶ୍ରମ ପଠାଇବାକୁ ନିଷ୍ପତି ନେଇଥାନ୍ତି । କିନ୍ତୁ ବାବୁଲାଲ ବୃଦ୍ଧାଶ୍ରମ ଯିବା ପାଇଁ ମନା କରନ୍ତି । ଏହାପରେ ଦତ୍ତାତ୍ରେୟ ଧୀରୂ(ଜିମିତ ତ୍ରିବେଦୀ)ଙ୍କ ସହିତ ମିଶି ବାବାଲାଲଙ୍କ ସାମ୍ନାରେ ଗୋଟିଏ ପରେ ଗୋଟିଏ ସର୍ତ୍ତ ରଖିଥାନ୍ତି । ଦତ୍ତାତ୍ରେୟ ୱାଲ୍ଡ ରେକର୍ଡକୁ ଭାଙ୍ଗି ପାରୁଛନ୍ତି କି ନାହିଁ ? କାହାଣୀରେ କ’ଣ ଟୁଇଷ୍ଟ ଆସୁଛି ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ହଲକୁ ଯିବାକୁ ପଡିବ ।

କ’ଣ ପାଇଁ ଦେଖିବେ ଫିଲ୍ମ-
ଫିଲ୍ମର କାହାଣୀ ଦମଦାର ହୋଇଛି । ସ୍କ୍ରିନପ୍ଲେ ମଧ୍ୟ ଖୁବ ଭଲ ହୋଇଛି । ଅମିତାଭ ବଚ୍ଚନ ଏବଂ ଋଷି କପୁର ଖୁବ ଚମକô୍ାର ଅଭିନୟ କରିଛନ୍ତି । ଗୁଜରାଟୀ ଫିଲ ଅଭିନେତା ଜିମିତ ତ୍ରିବେଦୀ ମଧ୍ୟ ଭଲ ଅଭିନୟ କରିଛନ୍ତି । ଫିଲ୍ମକୁ ଆପଣ ପୁରା ପରିବାର ସହିତ ଦେଖିପାରିବେ ।

ଦୁର୍ବଳ ଭାଗ-
ଫିଲ୍ମର ବେଗ ଟିକେ ସ୍ଲୋ ରହିଛି । ଯଦି ଆପଣ ଲଜିକ ହିସାବରେ ଏହାକୁ ଦେଖିବେ ତେବେ ଏହା ଆପଣଙ୍କୁ ପସନ୍ଦ ଆସିନପାରେ ।

ବକ୍ସ ଅଫିସ-
ଫିଲ୍ମର ବଜେଟ ପାଖାପାଖି ୨୫ କୋଟି ଥିବା ବେଲେ ଏହାର ଓପନିଙ୍ଗ ଭଲ ରହିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More