Only for Entertainment

ଫିଲ୍ମ ସମୀକ୍ଷା: ‘ବାଗି-୨’

you tube
0 108

Ratings

4.9
GOOD
  • Times Of India 7.5
  • IMDb 5.3
  • Hindustan Times 2

ଫିଲ୍ମ ନାମ- ବାଗି-୨
ନିର୍ଦ୍ଦେଶକ- ଅହମଦ ଖାନ
ଷ୍ଟାରକାଷ୍ଟ- ଟାଇଗର ଶ୍ରଫ, ଦିଶା ପଟାନୀ, ମନୋଜ ବାୟପେୟୀ, ରଣଦୀପ ହୁଡ୍ଡା, ପ୍ରତିକ ବବର, ଦିପକ ଡୋବରିୟାଲ
ଅବଧି- ୨ ଘଣ୍ଟା ୨୪ ମିନିଟ
ସାର୍ଟିଫିକେଟ- ୟୁ/ଏ

ଅହମଦ ଖାନ ୨୦୦୪ରେ ‘ଲକିର’ ଏବଂ ୨୦୦୭ରେ ‘ଫୁଲ ଆଣ୍ଡ ଫାଇନାଲ’ ପରି ଫିଲ୍ମକୁ ଡାଇରେକ୍ଟ କରିଥିଲେ । ଏହାପରେ ଦୀର୍ଘ ୧୧ ବର୍ଷ ପରେ ତାହ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ବାଗି-୨’ ରିଲିଜ ହୋଇଛି । ଫିଲ୍ମ ‘ବାଗି’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ ବକ୍ସ ଅଫିସରେ ଫିଲ୍ମ ସଫଳତା ମଧ୍ୟ ପାଇଥିଲା । ‘ବାଗି-୨’ ତେଲଗୁ ଫିଲ୍ମ ‘କ୍ଷଣମ’ର ହିନ୍ଦୀ ରିମେକ । ‘କ୍ଷଣମ’ ସାଉଥ ଇଣ୍ଡିଆରେ ଭଲ ବିଜନେଓ କରିଥିଲା ଯାହାକୁ ନମଜରରେ ରଖି ଏହାର ହିନ୍ଦୀ ରିମେକ ପ୍ରସ୍ତୁତ କରାଯାଇଛି । ତେବେ କିପରି ରହିଛି ଏହି ଫିଲ୍ମ ଆସନ୍ତୁ ଜାଣିବା ।

tiger-disha-baaghi-2

ଏହି ଫିଲ୍ମରେ ଲଭ୍ ଷ୍ଟୋରୀ, ରିଭେଂଜ ଡ୍ରାମା ଆଉ ଢେର ସାରା ଆକ୍ସନ ଭରି ରହିଛି । ରନି ସିଂ ଓ ନେହା କଲେଜରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟନ୍ତି । ଆଉ ଦୁହେଁ ପ୍ରେମରେ ପଡି ଯାଆନ୍ତି । ମାତ୍ର କିଛି କାରଣ ପାଇଁ ଏକାଠି ହୋଇ ପାରନ୍ତି ନାହିଁ । ଆଉ କିଛି ବର୍ଷ ପରେ ରନିଙ୍କ ପାଖକୁ ସାହାଯ୍ୟ ପାଇଁ ଆସନ୍ତି ନେହା । ଆଉ ଏହି ସାହାଯ୍ୟ କରିବା ଭିତରେ ଆରମ୍ଭ ହୁଏ ରନିଙ୍କ ନୂଆ ଯାତ୍ରା । ଫିଲ୍ମରେ ଜଣେ ଆର୍ମି ଅଫିସର ଭାବେ ନଜର ଆସିଛନ୍ତି ରନି ସିଂ । ‘ବାଗି – ୨’ରେ ରନି ସିଂହ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର୍ ଶ୍ରଫ ଓ ନେହା ଚରିତ୍ରରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ କ’ଣ ସବୁ ଟୁଇଷ୍ଟ ରହିଛି ତାହା ଦେଖିବା ପାଇଁ ଆପଣଙ୍କୁ ସିନେମା ଘରକୁ ଯିବାକୁ ପଡିବ ।

ଫିଲ୍ମର ସବୁଠାରୁ ଆକର୍ଷଣୀର ଅଂଶ ଦେଉଛି ଆକ୍ସନ । ରଣଦୀପ ହିଡ୍ଡାଙ୍କ ଷ୍ଟାଇଲ ଏବଂ ମନୋଜ ବାଜପେୟୀଙ୍କ ଉପସ୍ଥିତି ଫିଲ୍ମକୁ ଆହୁରି ସୁନ୍ଦର କରିଛି । ଫିଲ୍ମରେ ଆକ୍ସନ କେରିଓଗ୍ରାଫି, ନିର୍ଦ୍ଦେଶନା ଏବଂ ସିନେମାଟୋଗ୍ରାଫି ଖୁବ ଭଲ ହୋଇଛି । ଏହି ଫିଲ୍ମରେ ଟାଇଗର ତାଙ୍କର ସବୁ ଫିଲ୍ମଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଦିଶା ମଧ୍ୟ ନିଜ ଚରିତ୍ରକୁ ଠିକ ଠାକ ନିଭାଇଛନ୍ତି ।

ଫିଲ୍ମର ଏଡଟିଙ୍ଗ ଏବଂ କ୍ଲାଇମ୍ୟାକ୍ସ ଆହୁରି ଭଲ ହୋଇପାରିଥାନ୍ତା । ଗୀତ ମଧ୍ୟ ଆଉ ଟିକେ ଭଲ ହୋଇପାରିଥାନ୍ତା ।
୭୫ କୋଟିରେ ନିର୍ମିତ ଏହି ଫିଲ୍ମକୁ ୪୧୨୫ ସ୍କ୍ରିନରେ ରିଲିଜ କରାଯାଇଛି । ୪୫ଟି ଦେଶରେ ଏହାକୁ ଏକାସହିତ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More