Only for Entertainment

ଫିଲ୍ମ ସମୀକ୍ଷା : ସନ୍ଦୀପ ସିଂଙ୍କ ସଂଘର୍ଷର କାହାଣୀ ‘ସୁରମା’

DNA India
0 37

Ratings

54%
GOOD
  • IMDb
  • NDTV
  • The Economic Times

ଫିଲ୍ମର ନାମ- ସୁରମା
ନିର୍ଦ୍ଦେଶକ-ଶାଦ ଅଲୀ
ଷ୍ଟାର କାଷ୍ଟ- ଦିଲଜୀତ ଦୋସାଂଝା, ତାପସୀ ପନ୍ନୁ, ଅଙ୍ଗଦ ବେଦୀ, ବିଜୟ ରାଜ, ଦାନିଶ ହୁସେନ
ଅବଧି- ୨ଘଣ୍ଟା ୧୧ ମିନିଟ
ସାର୍ଟିଫିକେଟ- ୟୁ

ନିର୍ଦ୍ଦେଶକ ଶାଦ ଅଲୀଙ୍କ ଫିଲ୍ମ ସାଥିୟା ଏବଂ ବଣ୍ଟି ଔର ବବଲି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । କିନ୍ତୁ ଏହା ପରେ ଝୁମ ବରାବର ଝୁମ, କିଲ ଦିଲ, ଏବଂ ଓକେ ଜାନୁ ପରି ଫିଲ୍ମ ଦର୍ଶକଙ୍କୁ ନିରାଶ କରିଥିଲା । ନିର୍ଦ୍ଦେଶକ ଏଥର ଭାରତୀୟ ହକି ଟିମର ପୂର୍ବ କ୍ୟାପଟେନ ସଂଦୀପ ସିଂଙ୍କ ଜୀବନ ଉପରେ ଫିଲ୍ମ ସୁରମା ନେଇ ଆସିଛନ୍ତି । ଫିଲ୍ମ ସୁରମା ଆଜି ପୁରା ଦେଶରେ ରିଲିଜ ହୋଇଛି । ଆସନ୍ତୁ ଜାଣିବା କିପରି ହୋଇଛି ଫିଲ୍ମ ।

କାହାଣୀ
ଫିଲ୍ମର କାହାଣୀ ୧୯୯୪ ମସିହାରୁ ଆରମ୍ଭ ହୋଇଛି । ଶାହାବାଦ ଗାଁରେ ସନ୍ଦୀପ ସିଂ (ଦିଲଜୀତ ଦୋସାଂଝା) ନିଜ ବଡ ଭାଇ ବିକ୍ରମଜୀତ ସିଂ (ଅଙ୍ଗଦ ବେଦୀ), ପିତା ଏବଂ ମାଙ୍କ ସହିତ ରୁହନ୍ତି । ପିଲାଦିନରୁ ହିଁ ଦୁଇ ଭାଇ ହକି ଖେଳିବା ପାଇଁ ଯାଇଥାନ୍ତି । କିନ୍ତୁ କୋଚଙ୍କ ବ୍ୟବହାର ପାଇଁ ସେ ହକି ଖେଳିବାକୁ ଚାହାଁନ୍ତି ନାହିଁ । ଦିନେ ସନ୍ଦୀପଙ୍କ ନଜର ମହିଳା ହକି ଖେଳାଳୀ ହରପ୍ରିତ (ତାପସୀ ପନ୍ନୁ)ଙ୍କ ଉପରେ ପଡିଥାଏ ଏବଂ ସେ ତାଙ୍କୁ ଭଲପାଇଥାନ୍ତି ।
ହରପ୍ରୀତ ଦେଶ ପାଇଁ ୱାଲ୍ଡ କପ ଖେଳନ୍ତୁ ବୋଲି ସେ ଚାହାଁନ୍ତି । ଏହାପରେ ସନ୍ଦୀପ ହକି ଖେଳିବା ଆରମ୍ଭ କରି ଦିଅନ୍ତି । ତାଙ୍କର ଏହି ହକି କ୍ୟାରିୟରରେ ବଡ ଭାଇ ବିକ୍ରମଜୀତଙ୍କର ମଧ୍ୟ ବଡ ସହେଯାଗ ରହିଥାଏ । ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତା ପାଇଁ ସନ୍ଦୀପ ଟ୍ରେନରେ ଯିବା ସମୟରେ ତାଙ୍କ ପିଠିରେ ଗୁଳି ବାଜିଥାଏ ଏବଂ ସେ କୋମାକୁ ଚାଲିଯାଆନ୍ତି । ଏହା ପରେ କୋମାରୁ ଫେରିବା ପରେ ତାଙ୍କ ଗୋଡ ପାରାଲାଇଜ ହୋଇଯାଏ । ଏହା ପରେ ହିଁ ତାଙ୍କ ଜୀବନର ସଂଘର୍ଷ ଆରମ୍ଭ ହୋଇଥାଏ ।

କ’ଣ ଦେଖିବେ
ଫିଲ୍ମରେ ସ୍କ୍ରନପ୍ଲେ ଖୁବ ଭଲ ହୋଇଛି । କାହାଣୀ ଶୁଣାଇବାର ଢଙ୍ଗ ଖୁବ ଭଲ ହୋଇଛି । ଦିଲଜୀତଙ୍କୁ ସ୍କ୍ରିନରେ ଦେଖିଲେ ଜଣାପଡୁଛି ସତରେ ଯେପରି ସନ୍ଦୀପ ନିଜେ ଅଭିନୟ କରିଛନ୍ତି । ତାପସୀ ଏବଂ ଅନ୍ୟ କଳାକାର ମାନେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି ।

ଦୁର୍ବଳ ଭାଗ
ଫିଲ୍ମର କାହାଣୀ ଧୀରେ ଧୀରେ ଆଗକୁ ବଢୁଛି ଏହା ଉପରେ କାମ କରିବା ଜରୁରୀ ଥିଲା । ଫିଲ୍ମର ମ୍ୟୁଜିକ ମଧ୍ୟ ଏତେ ହିଟ ହୋଇପାରିଲା ନାହିଁ । ସନ୍ଦୀପଙ୍କ ହକି ମ୍ୟାଚ, ପାରିବାରିକ ସମ୍ପର୍କ ଖାସ କରି ତାଙ୍କ ପ୍ରେମ ସମ୍ପର୍କକୁ ଅଧିକ ଦର୍ଶାଇଥିଲେ ଭଲ ହୋଇଥାନ୍ତା ।

ବକ୍ସ ଅଫିସ
ଫିଲ୍ମର ବଜେଟ ପାଖାପାଖି ୩୨ କୋଟି ରହିଛି । ଫିଲ୍ମ ଭାରତରେ ୧୦୦୦ ସ୍କ୍ରିନରେ ରିଲିଜ ହୋଇଛି । ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More