Only for Entertainment

ବାହୁବଲୀଙ୍କ ସହ ଭିନ୍ନ ଅବତାରରେ ଦେଖାଦେବେ ଶ୍ରଦ୍ଧା ।

jansatta
0 43

ବାହୁବଲୀ ଫେମ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁରଙ୍କର ଫିଲ୍ମ ସାହୋ ପାଇଁ ଲୋକଙ୍କ ମନରେ ଅନେକ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ତେଲୁଗୁ ଭାଷା ସମେତ ଅନେକ ଭାଷାରେ ପ୍ରସ୍ତୁତ ହେଉଥିବା ‘ସାହୋ’ରେ ପ୍ରଭାସଙ୍କ ଫାଷ୍ଟ ଲୁକ ଆସିବା ପରେ ଏବେ ଶ୍ରଦ୍ଧା କାପୁରଙ୍କ ଫାଷ୍ଟ ଲୁକ ମଧ୍ୟ ଜାରି କରାଯାଇଛି । ଏହି ଫଟୋରେ ଶ୍ରଦ୍ଧା କାପୁର ଫର୍ମାଲ ଆଉଟଫିଟରେ ଜନର ଆସିଛନ୍ତି । ଶ୍ରଦ୍ଧାଙ୍କ ଲୁକକୁ ଦେଖି ଲାଗୁଛି ଯେପରି ପ୍ରଭାସଙ୍କ ଭଳି ସେ ତାଙ୍କର ଲୁକରେ ଜଲୱା ଦେଖେଇବେ । ଶ୍ରଦ୍ଧା ଏହି ଫିଲ୍ମ ଜରିଆରେ ତେଲୁଗୁ ପରଦାରେ ନିଜର ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି ।

saaho

ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟରରେ ଅଭିନେତା ନିଜ ଚେହେରାକୁ ଏକ ମାସ୍କରେ ଲୁଚାଇ ରଖିଥିଲେ । ସେଲିବ୍ରିଟି ମେକଅପ ଆର୍ଟିଷ୍ଟ ଶ୍ରଦ୍ଧା ନାୟକ ଇନଷ୍ଟାଗ୍ରାମରେ ସେୟାର କରିବାରୁ ଜାଣିବାକୁ ମିଳିଥିଲା । ମାତ୍ର ଶ୍ରଦ୍ଧା ଏଯାଏଁ ଫିଲ୍ମ ସମ୍ବନ୍ଧିତ କୌଣସି ଲୁକ ସୋସିଆଲ ମିଡିଆରେ ସେୟାର କରି ନାହାନ୍ତି । ତେଣୁ ଅନୁମାନ ଲଗାଯାଉଛି ଯେ ଏହା ତାଙ୍କ ‘ସାହୋ’ଫିଲ୍ମର ଳୁକ ହୋଇଥାଇ ପାରେ ।

ଏହି ଫିଲ୍ମ ତେଲୁଗୁ ସମେତ ତାମିଲ ଏବଂ ହିନ୍ଦୀ ଭାଷାରେ ମଧ୍ୟ ରହିଛି । ଏହି ଫିଲ୍ମରେ ଜ୍ୟାକି ସ୍ରଫ, ମନ୍ଦିରା ବେଦି ଏବଂ ନୀଲ ନିତିନ ମୁକେଶଙ୍କର ପ୍ରମୁଖ ଭୂମିକା ଦେଖିବାକୁ ମିଳିବ । ୟୁବି କ୍ରିଏସନର ବାମସୀ, ପ୍ରମୋଦ ଏବଂ ବିକ୍ରମ ଏହି ଫିଲ୍ମର ନିର୍ମାଣ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More