Only for Entertainment

‘ସଇରା ନରସିହ୍ମା ରେଡି’ର ରକ୍ତଭିଜା ଟାଇଟଲ ଗୀତ ରିଲିଜ, ପୁଣିଥରେ ବାହୁବଳୀକୁ ଟକ୍କର, ଦମଦାର ଚରିତ୍ରରେ ତମନ୍ନା ଭାଟିୟା ଓ ଚିରଞ୍ଜିବ

hindirush
40

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ମଧ୍ୟରେ କତେକ ଫିଲ୍ମର ଜବରଦସ୍ତ ଟ୍ରେଲର ଟ୍ରେଣ୍ଡ କରୁଛି । ଏହି ମଧ୍ୟରୁ ଗୋଟିଏ ହେଉଛି ଚିରଞ୍ଜିବଙ୍କ ‘ସଇରା ନରସିହ୍ମା ରେଡି’ । ଏହାର ଟ୍ରେଲର ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ବଢାଇ ଦେଇଛି । ଫିଲ୍ମର ଟ୍ରେଲର ଭଳି ଟାଇଟଲ ଗୀତ ମଧ୍ୟ ଧମାକାଦାର ହୋଇଛି । ଗୀତକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୁନିଧି ଚୌହାନ ।

ଫିଲ୍ମର ଟାଇଟଲ ଗୀତ ଏତେ ଆକର୍ଷଣୀୟ ହୋଇଛିଯେ ଏହାକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୫,୩୦,୯୨୩ରୁ ଅଧିକ ଥର ଦେଖା ସରିଲାଣି । ଗୀତରେ ନୟନତାରା ଏବଂ ତମନ୍ନା ଭାଟିୟା ଧମାକାଦାର ଅଭିନୟରେ ନଜର ଆସିଛନ୍ତି ।

କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁରେନ୍ଦର ରେଡି । ଫିଲ୍ମ ଅକ୍ଟୋବର ୨କୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More