Only for Entertainment

ଫିଲ୍ମ ଫେୟାର ଆୱର୍ଡ଼-୨୦୧୯ : କାହାକୁ ମିଳିଲା କେଉଁ ଆୱାର୍ଡ ? ଆସନ୍ତୁ ଜାଣିବା ବିଜେତାଙ୍କ ପୂରା ଲିଷ୍ଟ

Filmfare
39

ଗତ ସଂଧ୍ୟାରେ ଘୋଷିତ ହୋଇଛି ‘ଫିଲ୍ମ ଫେୟାର ଆୱର୍ଡ଼-୨୦୧୯’ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆୱାର୍ଡ଼ ନାଇଟ୍‌କୁ କିଙ୍ଗ ଖାନ୍‌ଙ୍କ ସହ  ଭିକି କୌଶାଲ୍ ଓ ରାଜ କୁମାର ରାଓ ହୋଷ୍ଟ କରିଥିଲେ। ଏହି ଆୱାର୍ଡ ଶୋ’ରେ ବଲିଉଡର ବହୁ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ । ତେବେ ଆସନ୍ତୁ ଜାଣିବା ‘ଫିଲ୍ମ ଫେୟାର ଆୱର୍ଡ଼-୨୦୧୯’ର ବିଜେତାଙ୍କ ପୂରା ଲିଷ୍ଟ ।

ଚଳିତ ବର୍ଷ ଫିଲ୍ମଫେୟାର୍‌ର ଶ୍ରେଷ୍ଠ ଅଭିନେତାର ସମ୍ମାନ ରଣବୀର କପୁରଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଆଲିଆ ଭଟ୍ଟ ପାଇଛନ୍ତି। ରଣବୀର କପୁରଙ୍କୁ ଏହି ଆୱର୍ଡ଼ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ନିଆରା ଅଭିନୟ ପାଇଁ ମିଳିଛି।

ranbir-kapoor-alia-bhatt-filmfare-awards-2019-winner

ସେହିପରି ଫିଲ୍ମ ‘ରାଜି’ରେ ଆଲିଆ ଭଟ୍ଟଙ୍କ ଦମ୍‌ଦାର୍‌ ଅଭିନୟ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ଆଣିଦେଇଛି। କେବଳ ଏତିକି ନୁହେଁ ଆଲିଆଙ୍କ ଫିଲ୍ମ ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ଼(ପପୁଲାର) ମଧ୍ୟ ମିଳିଛି।

ଫିଲ୍ମ ‘ରାଜି’ର ଗୀତ ‘ଏ ୱତନ୍‌’ ପାଇଁ ଗୁଲଜାର୍‌ଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାର୍‌ଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମିଳିଛି।

ବେଷ୍ଟ ଆକ୍ଟର କ୍ରିଟିକ୍ସର ଆୱାର୍ଡ଼ ରଣବୀର ସିଂହ(ପଦ୍ମାବତ୍) ଓ ଆୟୁଷ୍ମାନ୍ ଖୁରାନା (ଅନ୍ଧାଧୁନ୍)ଙ୍କୁ ମିଳିଥିବାବେଳେ

ନୀନା ଗୁପ୍ତାଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ବେଷ୍ଟ ଆକ୍ଟ୍ରେସ୍‌ କ୍ରିଟିକ୍ସ୍‌ର ଆୱାର୍ଡ଼ ମିଳିଛି। ସେହିପରି କ୍ରିଟିକ୍ସର ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ଼ ମଧ୍ୟ ‘ଅନ୍ଧାଧୁନ୍’ ଜିତିଛି।

sara

ବେଷ୍ଟ ଡେବ୍ୟୁ ଆକ୍ଟର ଇଶାନ୍ ଖଟ୍ଟର ଓ ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍ ସାରା ଅଲ୍ଲୀ ଖାନ୍‌ଙ୍କୁ ମିଳିଛି।

ଗୁଲଶନ କୁମାର୍ ଆୱାର୍ଡ଼ ଫର ବେଷ୍ଟ ମ୍ୟୁଜିକ୍‌ ଆଲବମ୍‌- ସଞ୍ଜୟ ଲୀଲା ଭଂଶାଲୀ ଫିଲ୍ମ ‘ପଦ୍ମାବତ୍’

ଶ୍ରେୟା ଘୋଷାଲଙ୍କୁ  ଗୀତ ‘ଘୁମର୍’ ପାଇଁ ବେଷ୍ଟ ସିଙ୍ଗର ଫିମେଲ୍‌ର ଆୱାର୍ଡ଼ ମିଳିଛି। ଏଥିସହ ଏହି ଗୀତ ପାଇଁ ବେଷ୍ଟ କୋରିଓଗ୍ରାଫିର ଆୱାର୍ଡ଼ ଜିତିଛନ୍ତି କୃତି ମହେଶ ମିଦ୍ୟା ଓ ଜ୍ୟୋତି ଡି ତୋମାର୍।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More