Only for Entertainment

ଫିଲ୍ମି ଷ୍ଟାଇଲରେ ଏନକାଉଂଟର କଲେ ପୋଲିସ,ଦେଖନ୍ତୁ ଖତରନାକ ଭିଡ଼ିଓ ।

punjabkesari
0 110

ଆମେରିକା ପୋଲିସଙ୍କର ଫିଲ୍ମ ଷ୍ଟାଇଲ ଏନକାଂଉଟରର ଏକ ଖତରନାକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଲସ ବେଗାସ ପୋଲିସ ବଡି କ୍ୟାମେରାରେ ସୁଟ କରିଥିବା ଏହି ଭିଡ଼ିଓ ସୋମବାରକୁ ଜାରି କରାଯାଇଛି । ଭିଡ଼ିଓରେ ନଜର ଆସିଛିଯେ ଜଣେ ପୋଲିସ ଅଫିସର ବଦମାସଙ୍କ କାରର ପିଛା କରୁଛନ୍ତି । ଏହା ସହିତ ଫିଲ୍ମ ଷ୍ଟାଇଲରେ ସେ କାରର ବେଣ୍ଡରସ୍କ୍ରିନରୁ ପିସ୍ତଲ ଲଗାଇ ଏନକାଂଉଟର କରୁଛନ୍ତି । ଏନକାଂଉଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି ।

ଲସ ବେଗାସର ପୋଲିସଙ୍କ କହିବା ଅନୁସାରେ ଏହି ଘଟଣା ୧୧ ଜୁଲାଇର । ଏହି ମଧ୍ୟରେ ଦୁଇ ବଦମାସ ପୋଲିସକୁ ୩୪ ରାଉଣ୍ଡ ଗୁଳି କରିଥିଲେ । ଏହା ଦ୍ୱାରା ପୋଲିସଙ୍କ ଗାଡ଼ିରେ ଗୁଳିର ଦାଗ ମଧ୍ୟ ହୋଇ ଯାଇଥିଲା । ପୋଲିସ ମଧ୍ୟ ଚୁପ ରହିନଥିଲେ,ଏହାର ପ୍ରତ୍ତୁତରରେ ପୋଲିସ ମଧ୍ୟ ୩୨ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣକୁ ଗିରଫ କରାଯାଇଥିଲା । ସ୍ଥାନୀୟ ମିଡିଆର କହିବା ଅନୁସାରେ ଦୁଇ ଦୋଷୀଙ୍କ ଉପରେ ୨୫ ବର୍ଷର ଜଣେ ଯୁବକକୁ ଗୁଳି କରି ମାରିଥିବାର ଦୋଷ ରହିଛି । ଚିକିତ୍ସା ସମୟରେ ସେହି ଯୁବକଙ୍କର ମୃତ୍ୟୁ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More