Only for Entertainment

ରିଲିଜ ହେଲା ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଲାଲା କପ୍ତାନ’ର ଫାଇନାଲ ଟ୍ରେଲର, ଦେଖନ୍ତୁ

Latestly
38

ଆଗାମୀ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ‘ଲାଲ୍ କପ୍ତାନ’ର ଫାଇନାଲ୍ ଟ୍ରେଲର୍ ମୁକ୍ତିଲାଭ କରିଛି । ଟ୍ରେଲରରେ ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ଭୟଙ୍କର ଅନ୍ଦାଜ୍ ଦେଖିବାକୁ ମିଳିଛି । ଆଖିରେ କଳା, ମୁହଁରେ ଭସ୍ମ ବୋଳା ଆଉ ମୁଣ୍ଡରେ ଜଟ । କିଛି ଏହିପରି ଅନ୍ଦାଜରେ ସୈଫ୍ ନଜର ଆସିବେ ନିଜର ଏହି ଅପକମିଂ ଫିଲ୍ମରେ ।

ଫିଲ୍ମରେ ନାଗା ବାବା ଚରିତ୍ର ତୁଲାଉଛନ୍ତି ସୈଫ୍ । ଆଉ ତାଙ୍କର ସେହିପରି ଗେଟଅପ୍ ଦେଖିବାକୁ ମିଳିଛି ଏହି ଟ୍ରେଲର୍ରେ । ଆଉ କିଛି ଦୃଶ୍ୟରେ ସୈଫ୍ ହଲିଉଡ୍ ଫିଲ୍ମ ଫାଇରଟ୍ସ ଅଫ୍ କାରାବିଆନ୍ ର ନାୟକ ଜ୍ୟାକ୍ ସ୍ପାରୋଙ୍କ ଗେଟ୍ ଅପରେ ମଧ୍ୟ ନଜର ଆସିଛନ୍ତି ।

ସେହିପରି ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ସୈଫ୍ ଖରାପ୍ କାମ କରୁଥିବା ଲୋକଙ୍କୁ ମାରିବା କାମ କରନ୍ତି । ଫିଲ୍ମର ଫାଇନାଲ ଟ୍ରେଲର ପୂର୍ବରୁ ଏହାର ଦୁଇଟି ଟ୍ରେଲର ରିଲିଜ ହୋଇଥିଲା । ଦୁଇଟି ଯାକ ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ନୂଆ ଟ୍ରେଲରକୁ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଆନନ୍ଦ ଏଲ୍ ରୟ ଓ କଲର୍ସ ୟେଲୋ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନବଦୀପ୍ ସିଂ । ସିନେମାରେ ସୈଫ୍ ଅଲ୍ଲି ଖାନ୍, ମାନବ ଭିଜ୍, ଜୋୟା ହୁସୈନ୍, ଦୀପକ୍ ଡୋବ୍ରିୟାଲ୍ ଏବଂ ସିମୋନ୍ ସିଂ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୧୮ ଅକ୍ଟୋବର୍ରେ ପରଦାକୁ ଆସିବ ଏହି ଫିଲ୍ମ ଲାଲ୍ କଫତାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More