Only for Entertainment

ରିଲିଜ ହେଲା ବଲିଉଡ ହରର ଫିଲ୍ମ ‘ଅମାବସ’ର ପାର୍ଟି ସଙ୍ଗ୍ ‘ଫିନିତୋ’

YouTube
23

ଆଗାମୀ ବଲିଉଡ୍ ଫିଲ୍ମ ‘ଅମାବସ’ର ପାର୍ଟି ସଙ୍ଗ୍ ‘ଫିନିତୋ’ ମୁକ୍ତିଲାଭ କରିଛି । ପାର୍ଟି ସିଜିନକୁ ନଜରରେ ରଖି ଏହି ଗୀତଟି ରିଲିଜ୍ କରିଛନ୍ତି ମେକର୍ । ଗୀତରେ ଫିଲ୍ମର ଲିଡ୍ ସଚିନ୍ ଯୋଶୀଙ୍କୁ ଦେଖିବାକୁ ମିଳିଛି । ଏହି ଡବରଦସ୍ତ ଗୀତରେ ଶୁଣିବାକୁ ମିଳିଛି ଜୁଲବିନ୍ ନୌତିଆଲ୍, ସୁକ୍ରିତି କକ୍କର୍, ଓ ଇକ୍କାଙ୍କ ଗାୟିକି । ଅଭିଜିତ୍ ଭଗନାନୀଙ୍କ ସଙ୍ଗୀତରେ ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି କୁନାଲ୍ ବର୍ମା ଓ ଇକ୍କା । ଚଳଚ୍ଚିତ୍ର ଅମାବସ ଏକ ହରର୍ – ଥ୍ରୀଲର୍ କାହାଣୀକୁ ନେଇ ଗତିଶୀଳ ହୋଇଛି ।

ରକଷ୍ଟାର ଫେମ ଅଭିନେତ୍ରୀ ନର୍ଗିସ ଫାଖରୀ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନର୍ଗିସଙ୍କ ଏହି ନୂଆ ନୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୂର୍ବ ଫିଲ୍ମ ଗୁଡିକ ଅପେକ୍ଷା ଏହି ଫିଲ୍ମରେ ନର୍ଗିସଙ୍କୁ ଖୁବ ଗ୍ଲାମରର୍ସ ଲୁକରେ ଦେଖିବାକୁ ମିଳିବ । ନର୍ଗିସଙ୍କ ସହିତ ଫିଲ୍ମରେ ସଚିନ ଜୋଶୀଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଫିଲ୍ମରେ ମୋନା ସିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେ ଆତ୍ମାକୁ ବାହାର କରିବାରେ ନର୍ଗିସଙ୍କୁ ସାହାଯ୍ୟ କରିବେ । ଫିଲ୍ମ ୧୧ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More