Only for Entertainment

ରବିନା ଟଣ୍ଡନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଲେ ମୁଜାଫରପୁର କୋର୍ଟ ।

Zee News - India.com
23

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିରୋଧରେ ବିହାରର ମୁଜାଫରପୁରର ଏକ ଅଦାଲତରେ ମାମଲା ଦାଖଲ ହୋଇଛି । ବାସ୍ତବରେ କିଛି ସମୟ ପୂର୍ବରୁ ତାଙ୍କ ଯାତ୍ରା ସମୟରେ ରାସ୍ତାରେ ଭିଡ଼ ଜମି ଯାଇଥିଲା,ଯେଉଁ କାରଣରୁ ମାମଲା ରୁଜୁ କରାଗଲା । ଏବେ ଏଫଆଇଆର ଦାଖଲ କରିବା ପାଇଁ ମୁଜାଫରପୁର କୋର୍ଟ ଆଦେଶ ଦେଇଛନ୍ତି ।ରବିନାଙ୍କ ସହିତ ଅନ୍ୟ ଦୁଇ ଜଣ ଲୋକଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦିଆଯିବ ।

ଓକିଲ ସୁଧୀର କୁମାର ଓଝା ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତରେ ରବିନା ଟଣ୍ଡନ ଏବଂ ମୁଜାଫରପୁର ନିବାସୀ ଜଣେ ବାପା ଏବଂ ପୁଅ(ଯାହାଙ୍କ ହୋଟେଲ ଉଦଘାଟନ ପାଇଁ ରବିନା ଯାଇଥିଲେ)ଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।ଧାରା ୧୫୬ ଅନୁସାରେ ଏହାର ଶୁଣାଣି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More