Only for Entertainment

ପୁରୀ ବଡଦାଣ୍ଡରେ ଟେଲି ଅଭିନେତ୍ରୀ ମାହିକା ଶାର୍ମାକୁ ଅସଦାଚରଣ, ସୋସିଆଲ ମିଡିଆରେ ବଖାଣିଲେ ମନର ବ୍ୟଥା ।

Free Press Journal
0 45

ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟିଭି ଅଭିନେତ୍ରୀ ମାହିକା ଶର୍ମା ଆସଦାଚରଣର ଶିକାର ହୋଇଛନ୍ତି । ପୁରୀ ଜଗନ୍ନାଥ ମନ୍ଦିର ଯିବା ସମୟରେ ବଡଦାଣ୍ଡରେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ତାଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ।

ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ ସେ ରଥଯାତ୍ରା ସମୟରେ ହେଉଥିବା ମହା ଆଳତୀ ପାଇଁ ମନ୍ଦିର ଯାଉଥିଲେ । ତାଙ୍କର ଗାଡିକୁ ମନ୍ଦିର ଠାରୁ କିଛି ଦୂରରେ ହିଁ ଅଟକାଇ ଦିଆଯାଇଥିଲା । ପାଖାପାଖି ୨୦-୨୫ ମିନିଟ ଚାଲିଚାଲି ଆସିବା ପାଇଁ ପଡିଥିଲା । ମାହିକା କହିଛନ୍ତି ଯେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ଯିବା ସମୟରେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । କିନ୍ତୁ ଏହି ଯୁବକ ପୁରୀର ନୁହଁନ୍ତି ବାହାରୁ ଆସିଥିବା କିଛି ଭକ୍ତ ଥିଲେ । ତେବେ ଏହି ଘଟଣା ପରେ ସେ ଦର୍ଶନ ନକରି ସେଠାରୁ ଫେରିଯାଇଥିଲେ ।

#rathyatra #jaijagannath #bollywood #india

A post shared by Mahika Sharma (@memahikasharma) on

ମାହିକା ପୋଷ୍ଟ କରି ସେ ଆହୁରି ମଧ୍ୟ ଲେଖିଥିଲେ ଯୁବକମାନେ ତାଙ୍କର ମଜାକ ଉଡାଇବା ସହିତ, ଧକ୍କା ଏବଂ ଚାପୁଡା ମାରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ । ଏହା ସହିତ ସେ କହିଥିଲେ ସେମାନେ ମୋ ଫଟୋ ଉଠାଇବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏବଂ କହିଥିଲେ ତୁମେ ବାରକୁ ଯିବା କଥା ମନ୍ଦିର ନୁହେଁ । ମୁଁ ଚୁପ ରହିଥିଲି, କୌଣସି ଅଭିଯୋଗ କରିନଥିଲି । ମୋର ବିଶ୍ୱାସ ଜଗନ୍ନାଥ ନ୍ୟାୟ କରିବେ । ସେମାନେ ତାଙ୍କର ଛୁଆ ମୁଁ ବି ତାଙ୍କର ଝିଅ । ମଁ ସେମାନଙ୍କୁ କ୍ଷମା କରିଦେଲି କାରଣ ଆମେ ସମସ୍ତେ ସମାନ ।

ଏହି ଘଟଣାକୁ କେନ୍ଦ୍ର କରି ପୁରୀ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲି,ର କହିବା ଅନୁସାରେ ରଥଯାତ୍ରାରେ ମହାଆଳତି ପରି କିଛି ହୁଏ ନାହିଁ । ଏହା ପୂର୍ବରୁ ମଧ୍ୟ ମାହିକା ଚର୍ଚ୍ଚାରେ ରହିବା ପାଇଁ ଅନେକ ବୟାନ ଦେଇଛନ୍ତି । ବେଧେହୁଏ ସେ ଚର୍ଚ୍ଚାରେ ରହିବା ପାଇଁ ଏପରି କରିପାରିଥାନ୍ତି । ତେବେ ଅଭିନେତ୍ରୀଙ୍କ ଏହି କଥା କେତେ ଦୂର ସତ ତାହା ତଦନ୍ତ ପରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More