Only for Entertainment

ବିଳମ୍ବିତ ରାତିରେ କୁଲି ନଂ ୧ ସୁଟିଂ ସେଟରେ ଲାଗିଲା ନିଆଁ !

48

ମଙ୍ଗଳବାର ବିଳମ୍ବିତ ରାତିରେ ଫିଲ୍ମ କୁଲି ନଂ୧ ସେଟରେ ନିଆଁ ଲାଗି ଯାଇଛି । ବରୁଣ ଧୱନ ଏବଂ ସାରା ଅଲୀ ଖାନଙ୍କ ଏହି ଫିଲ୍ମର ସେଟ ଗୋରେଗାଓଁ ର ଫିଲ୍ମିସ୍ତାନ ଷ୍ଟୁଡିଓର ଅଟେ । ଖାସ କଥା ହେଉଛି ବିଳମ୍ବିତ ରାତି କାରଣରୁ ଅଧିକ ଲୋକ ନଥିଲେ ଏବଂ ସେଥିପାଇଁ କାହାର କୌଣସି କ୍ଷତି ହୋଇନାହିଁ । ନିଆଁ ଲାଗିବା ପଛର କ।।ଣ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ମୁମ୍ବାଇ ମିରୋର ଖବର ଅନୁସାରେ ଫିଲ୍ମିସ୍ତାନ ଷ୍ଟୁଡିଓରେ ଥିବା କୁଲି ନମ୍ବର୧ ସେଟରେ ବିଳମ୍ବିତ ରାତି ୧୨.୩୦ରେ ନିଆଁ ଲାଗିଯାଇଥିଲା ।ସୂଚନା ମିଳିବା ପରେ ପୁଲିସ ଏବଂ ଫାୟାରମେନ ସାଙ୍ଗେ ସାଙ୍ଗେ ପହଂଚିଥିଲେ । ନିଆଁ ଲାଗିବା କାରଣରୁ ଅଧିକ କିଛି ନଷ୍ଟ ହୋଇନାହିଁ । ସେଟର ମୁଖ୍ୟ ଭାଗ ଖରାପ ହୋଇଯାଇଛି ଯେଉଁକାରଣରୁ ଏହା ଫିଲ୍ମ ସୁଟିଂ ଉପରେ ପ୍ରଭାବ ପକାଇବ ।

ଏଠାରେ ଆମେ କହି ରଖୁଛୁ ଯେ ଡେବିଡ ଧୱନ ଗୋବିନ୍ଦା ଏବଂ କରୀଶ୍ମା କପୂର ଷ୍ଟାରର କୁଲି ନଂ୧’ର ରିମେକ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ବରୁଣ ଧୱନ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ସାରା ଲଭ ଆଜକଲ ସିକ୍ୱେଲରେ ମଧ୍ୟ କାମ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ କାର୍ତ୍ତିକ ଆର‌୍ୟନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More