Only for Entertainment

ମେଡିକାଲ ଇତିହାସରେ ପ୍ରଥମ : ମୃତ ମହିଳାଙ୍କ ଗର୍ଭାଶୟ ଟ୍ରାନ୍ସପ୍ଲାଣ୍ଟ ପରେ ଜନ୍ମ ନେଲା ପ୍ରଥମ ସନ୍ତାନ

cnn
23

ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୃତ ମହିଳାଙ୍କ ଗର୍ଭାଶୟ ଟ୍ରାନ୍ସପ୍ଳାଣ୍ଟ କରାଯିବା ପରେ ଆଉ ଜଣେ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଉଛନ୍ତି । ଏହି ଟ୍ରାନ୍ସପ୍ଳାଣ୍ଟ ଗର୍ଭାଶୟର ସମସ୍ୟା କାରଣରୁ ସନ୍ତାନ ଜନ୍ମ ଦେଇପାରୁନଥିବା ମହିଳାମାନଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି । ଲାସେଣ୍ଟ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସଫଳ ଅପରେସନ୍‍ ସେପ୍ଟେମ୍ବର ୨୦୧୬ରେ ବ୍ରାଜିଲର ସାଓ ପାଓଲୋରେ କରାଯାଇଥିଲା । ଆଉ ଏହି ସନ୍ତାନର ଜନ୍ମ ୨୦୧୭ ଡିସେମ୍ବରରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଗର୍ଭାଶୟର ସମସ୍ୟା ଭୋଗୁଥିବା ମହିଳାଙ୍କ ପାଇଁ ଶିଶୁ ସନ୍ତାନକୁ ପୋଷ୍ୟ ଭାବେ, ସରୋଗେଟ୍‍ ମାଆ ବନିବା ଏକମାତ୍ର ବିକଳ୍ପ ଥିଲା । ହେଲେ ଏବେ ଏହି ନୂଆ ଟ୍ରାନ୍ସପ୍ଳାଣ୍ଟ ଅନେକ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି ।

ବ୍ରାଜିଲ୍‌ରେ ଏହି ଅପରେସନ ୨ ବର୍ଷ ତଳେ ହୋଇଥିଲା ଯଦିଓ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ପତ୍ରିକାରେ ଏ ସଂପର୍କରେ ଉଲ୍ଲେଖ କରାଯାଇଛି ଯେ ଏଣିକି ୟୁଟରସ ସମସ୍ୟା ଦେଇ ଗତି କରୁଥିବା ମହିଳାଙ୍କୁ ଏ ଖବର ବେଶ୍‌ ଖୁସି କରାଇବ। ପ୍ରଥମ କରି ୨୦୧୩ରେ ସ୍ୱିଡନରେ ଜଣେ ଜୀବିତ ମହିଳାଙ୍କ ଗର୍ଭଶୟ ପ୍ରତ୍ୟାରୋପଣ କରାଯାଇଥିଲା। ଏହା ପରେ ଅବଶ୍ୟ ଏବେ ସୁଦ୍ଧା ୧୦ ଥର ଏପରି ହୋଇସାରିଲାଣି। ମାତ୍ର ଜୀବିତ ମହିଳାଙ୍କ ଗର୍ଭାଶୟ ମିଳିବା କଷ୍ଟ ଯେହେତୁ ଡାକ୍ତରମାନେ ମୃତ ମହିଳାଙ୍କ ଗର୍ଭଶୟକୁ ନେଇ ପରୀକ୍ଷାନୀରିକ୍ଷା କରି ସଫଳ ହେବାକୁ ବହୁ ଉଦ୍ୟମ ଜାରି ରଖିଥିଲେ।

୨୦୧୬ ମସିହାରେ ଏହା ସଫଳ ହେବା ପୂର୍ବରୁ ଆମେରିକା ଓ ତୁର୍କୀର ବହୁ ବଡ଼ ବଡ଼ ଗବେଷକମାନେ ଏହାକୁ ନେଇ ଉଦ୍ୟମ କରି ବିଫଳ ହୋଇଥିଲେ। ଗବେଷଣାରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୧୦ରୁ ୧୫ ପ୍ରତିଶତ ଦମ୍ପତି ନିସନ୍ତାନର ଶିକାର ହେଉଛନ୍ତି। ଏହି ପକ୍ରିୟା ସେ ସମସ୍ୟାକୁ ଦୂରେଇ ଦେଇ ପାରିବ। ୫୦୦ରୁ ଜଣେ ମହିଳା ଗର୍ଭାଶୟ ସମସ୍ୟା ଦେଇ ଗତି କରୁଥିବା ସୂଚନା ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More