Only for Entertainment

ପରଦାକୁ ଆସିଲା ଓଲିଉଡର ପ୍ରଥମ ଡ୍ୟାନ୍ସ ଫିଲ୍ମ ‘କ୍ରିଷ୍ଣା – ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର’

50

ଓଲିଉଡ୍ ପରଦାକୁ ଆସିଲା ବାଓପିକ୍ କ୍ରିଷ୍ଣା – ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ । ସିନେମାଟି ଓଲିଉଡର ପ୍ରଥମ ଡ୍ୟାନ୍ସ ଫିଲ୍ମ ହେବାକୁ ଯାଉଛି । ଓଡିଶାର ଗର୍ବ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଏବଂ ଏହାର ମୁଖ୍ୟ କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ଷ୍ଟ୍ରଗଲକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଆଉ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି କ୍ରିଷ୍ଣା ଏବଂ ସୁର୍ଯ୍ୟମୟୀ । ଓଡିଶାର ୪୦ରୁ ଉଦ୍ଧ୍ୱର୍ ପ୍ରେଖ୍ୟାଳୟରେ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର କ୍ରିଷ୍ଣା ।

krishna

କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଚମକ୍ରାର ନୃତ୍ୟ କଳା ଭେଟି ଦେଇଥିଲେ କୃଷ୍ଣା ତାହା ଦେଖିବାକୁ ମିଳିଛି ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିଛନ୍ତି ଆଉ ଫିଲ୍ମରେ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ସୁରମୟୀ । କ୍ରିଷ୍ଣା ଏହି ସିନେମା ଜରିଆରେ ଓଡିଉଡ୍ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଛନ୍ତି । ସେପଟେ ଅଭିନେତ୍ରୀ ସୂରମୟୀ, ଅନେକ ସିନେମାରେ ନିଜ ଚମକ୍ରାର୍ ଅଭିନୟ ପରଶି ଓଡିଆ ଦର୍ଶକଙ୍କ ଫେବରେଟ୍ ହୋଇ ପାରିଛନ୍ତି ।

ଓଡିଶାର ପ୍ରଥମ ଡ୍ୟାନ୍ସ ଫିଲ୍ମ କ୍ରିଷ୍ଣାର କାହାଣୀ ସହ ନିର୍ଦ୍ଦେଶନା ଭାର ବି ତୁଲାଇଛନ୍ତି କ୍ରିଷ୍ଣା ମୋହନ୍ ରେଡ୍ଡି । ସତ କାହାଣୀ ଉପରେ ଆଧାରିତ ହୋଇଛି ଏହି ସିନେମା । ଫିଲ୍ମରେ ବନ୍ଦେ ଉକ୍ରଳ ଜନନୀ ଓ ବନ୍ଦେ ମାତରମ୍ ଭଳି ଦେଶାତ୍ମବୋଧ ଗୀତକୁ ମଧ୍ୟ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ସିନେମାଟି ଓଡିଆ ଭାଷା ସମେତ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍ ହୋଇଛି । ଆଉ ସିନେମାଟି ଓଡିଆ ଦର୍ଶକଙ୍କୁ କେତେଦୁର ପସନ୍ଦ ଆସୁଛି ତାହା ଆଗାମୀ ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More