Only for Entertainment

ବୁଦ୍ଧାଦିତ୍ୟଙ୍କ ଅଭିନୀତ ପ୍ରଥମ ଫିଲ୍ମ ଏ ପର୍ଯ୍ୟନ୍ତ ରିଲିଜ ହୋଇପାରି ନାହିଁ । ଜାଣନ୍ତୁ ସେହି ଫିଲ୍ମ ବିଷୟରେ ।

0 66

ଓଲିଉଡର ଜଣେ ଆଗଧାଡ଼ିର ନାୟକ ହେଲେ ବୁଦ୍ଧାଦିତ୍ୟ ମହାନ୍ତି । ସେ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରୁ ଆରମ୍ଭ କରି ‘ବାଏ ବାଏ ଦୁବାଇ’ଯାଏଁ ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି । ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ହେଲା ବୁଦ୍ଧାଦିତ୍ୟଙ୍କର ପ୍ରଥମେ ରିଲିଜ୍ ହୋଇଥିବା ସିନେମା ।

କିନ୍ତୁ ଆପଣ ଜାଣନ୍ତି କି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଆଜି ବି ରିଲିଜ୍ ହୋଇ ନାହିଁ। ହଁ ଏହି ଓଡ଼ିଆ ସିନେମା ପାଇଁ ପ୍ରଥମେ କ୍ୟାମେରା ଫେସ କରିଥିଲେ ବୁଦ୍ଧାଦିତ୍ୟ । ଏହି ସିନେମାର ଶୀର୍ଷକ ହେଲା-‘ଲଭ ଷ୍ଟୋରି’। ୨୦୦୫ ମସିହାରେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହାର କାମ ଆରମ୍ଭ ହୋଇଥିଲା ।‘ଲଭ ଷ୍ଟୋରି’ର ସଂଳାପ ଲେଖିଥିଲେ ପ୍ରଦୀପ୍ତ ନନ୍ଦ ଓ ସଂଗୀତ ନିର୍ଦ୍ଦେଶନାରେ ଥିଲେ ପ୍ରେମ ଆନନ୍ଦ। ଏହାର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଓ ଜୟପ୍ରକାଶ ମହାନ୍ତି ।

‘ଲଭ ଷ୍ଟୋରି’ର ସ୍କ୍ରିପ୍ଟ କାମ ଶେଷ ହେବାପରେ ଗୀତ ରେକଡ଼ିଂ କରାଯାଇଥିଲା । ଏହାପରେ ପ୍ରଥମ ପର୍ୟ୍ୟାୟର ସୁଟିଂ ଆରମ୍ଭ ହୋଇଥିଲା ବିଶାଖାପାଟଣାରେ । ଏଥି ସହିତ ଏହି ପିଲ୍ମରେ ବୁଦ୍ଧାଦିତ୍ୟ ଓ ଲିପିଙ୍କ କିଛି ବୋଲଡ଼ ସିନ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ସେତେବେଳେ । ତେବେ ଏହି ସିଡ଼୍ୟୁଲ ସରିବା ପରେ ‘ଲଭ ଷ୍ଟୋରି’ର କାମ ଅଟକି ରହିଥିଲା, ଯାହାକି ଏଯାବତ ସଂପୂର୍ଣ୍ଣ ହୋଇ ପାରିନାହିଁ। ତେବେ ସେ ତା’ ଆଗରୁ ହିନ୍ଦୀ ସିନେମା ‘ଜୟ ସନ୍ତୋଷୀ ମା’’ରେ ଅଭିନୟ କରି ସାରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More