Only for Entertainment

ଦବଙ୍ଗ ଖାନଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିୟାଙ୍କ ଡେବ୍ୟୁ ଫିଲ୍ମ ପୋଷ୍ଟର ରିଲିଜ !

YouTube
52

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିୟା ଭନ୍ତୁର ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୟୁଲିୟା ଭନ୍ତୁର ରାଧା କ୍ୟୁ ଗୋରୀ ମେ କ୍ୟୁ କାଲା’ରେ ଡେବ୍ୟୁ କରିବେ । ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ପୋଷ୍ଟରରେ ୟୁଲିୟା କୃଷ୍ଣଙ୍କ ଭକ୍ତ ମୀରାବାଇଙ୍କ ରୂପରେ ନଜର ଆସିଛନ୍ତି । ମୀରାବାଇ ଅବତାରରେ ସେ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବିଗତ ଦିନରେ ୟୁଲିୟାଙ୍କୁ ସଲମାନ ଫିଲ୍ମ ‘ରେସ୩’ରେ ସେଲ୍ଫିସ ‘ ଟାଇଟଲ ଥିବା ସଙ୍ଗ ଗାଇବାକୁ ସୁଯୋଗ ଦେଇଥିଲେ । ଫିଲ୍ମ ରାଧା କ୍ୟୁଁ ଗୋରୀ ମେଁ କ୍ୟୁଁ କାଲା’ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶ ନିଜେ ଟ୍ୱିଟରରେ ଶେୟାର କରିଛନ୍ତି । ଏହି ପୋଷ୍ଟର ଶେୟାର କରି ସେ ଲେଖିଛନ୍ତି ଯେ ସେରାଗିଲ ଲିଡ ଏବଂ ୟୁଲିୟା .. । ପୋଷ୍ଟର ସହ ଫିଲ୍ମର ରିଲିଜ ଡେଟ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମ ଆଗାମୀ ବର୍ଷ ଅର୍ଥାତ ୨୦୧୯ ମେ ମାସରେ ରିଲିଜ କରାଯିବ । ଖବର ମୁତାବକ ରାଧା କ୍ୟୁ ଗୋରୀ ମେଁ କ୍ୟୁ କାଲା’୩ଟି ଯାଗାରେ ସୁଟିଂ କରାଯିବ । ଦିଲ୍ଲୀ , ମଥୁରା, ପୋଲାଣ୍ଡରେ ଏହି ଫିଲ୍ମର ମୁଖ୍ୟ ଭାଗ ସୁଟ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More