Only for Entertainment

‘ଦେ ଦେ ପ୍ୟାର ଦେ’ର ଫାଷ୍ଟ ଲୁକ ରିଲିଜ ।

bollywood tadka
16

ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ଦେ ଦେ ପ୍ୟାର ଦେର ଫାଷ୍ଟ ଲୁକ ରିଲିଜ ହୋଇଛି । ଏହି ଫଟୋକୁ ଅଜୟ ଦେବଗନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ସାମ୍ନାକୁ ଆସିଥିବା ଫଟୋରେ ବ୍ଲୁ ଟି ସର୍ଟ ଏବଂ ବ୍ଲାକ ଗଗଲେସରେ ଖୁବ ସ୍ମାର୍ଟ ଦେଖା ଯାଉଛନ୍ତି । ଫିଲ୍ମରେ ଅଜୟଙ୍କ ବ୍ୟତୀତ ତବୁ,ରକୁଲ ପ୍ରୀତ ଏବଂ ଜିମି ସେରଗିଲ ନଜର ଆସିବେ । କୁହାଯାଉଛି ଫିଲ୍ମର କାହାଣୀ ଏକ ଅଜବ ଲଭଷ୍ଟୋରୀକୁ ନେଇ ନିର୍ମାଣ କରାଯାଉଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅବିକ ଅଲି । ନିର୍ଦ୍ଦେଶକ ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ ।

ଏହି ଫିଲ୍ମ ବ୍ୟତୀତ ଅଜୟ ଦେବଗନ ଟୋଟଲ ଧମାଲର ସୁଟିଂ କରୁଛନ୍ତି । ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ମାଧୁରୀ ଦିକ୍ଷୀତ ଏବଂ ଅନିଲ କପୁର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More