Only for Entertainment

ସାମ୍ନାକୁ ଆସିଲା ବିକ୍କି କୌଶଲଙ୍କ ଅପକମିଂ ଫିଲ୍ମ ଶହିଦ ଉଦ୍ଦମ ସିଂର ପ୍ରଥମ ଲୁକ !

24

ନିର୍ଦ୍ଦେଶକ ସୁଜିତ ସିରକାର ନିଜର ଅପକମିଂ ଫିଲ୍ମ ସରଦାର ଉଦ୍ଦମ ସିଂରେ ବିକ୍କି କୌଶଲଙ୍କ ଫାଷ୍ଟ ଲୁକ ଜାରି କରିଛନ୍ତି । ବିକ୍କି କୌଶଲ ଯିଏ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ବାୟୋପିକରେ ନଜର ଆସିବେ । ଏହି ଫଟୋରେ ବିକ୍କି ରୁଷିଆରେ ୱିଂଟର ଲୁକରେ ନଜର ଆସିଛନ୍ତି ।

ଉଦ୍ଦମ ସିଂ ସେ ଅଟନ୍ତି ଯିଏ କି ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ହତ୍ୟା କରିଦେଇଥିଲେ ଏବଂ ଅପ୍ରେଲ ୧୩ରେ କୃର ଜାଲିୟାନାୱାଲା ବାଗ ହତ୍ୟାକାଣ୍ଡ ପାଇଁ ଦାୟୀ ଥିଲେ । ସୁଜିତ ଖୁଲାସା କରିଛନ୍ତି ଯେ ସେ ଯେତେବେଳେ ବିକ୍କି କୌଶଲଙ୍କୁ ଭେଟିଥିଲେ ତାଙ୍କ ଆଖିରେ କ୍ରୋଧ ଏବଂ ଇର୍ଶା ନଜର ଆସିଥିଲା । ଏହିକାରଣରୁ ନିର୍ଦ୍ଦେଶକ ବିକ୍କିଙ୍କୁ ଏହି ଭୂମିକା ପାଇଁ ବାଛି ଥିଲେ ।

ସୁଜିତଙ୍କ କହିବା ମୁତାବକ ବିକ୍କି ଯେହେତୁ ଶିଖ୍ ଅଟନ୍ତି ତାଙ୍କୁ ଏହି ଭୂମିକା ମାନୁଛି । ଉଦ୍ଦମ ସିଂଙ୍କୁ ପରେ ବ୍ରିଟିଶ ସରକାର ଫାଶୀଖୁଂଟରେ ଝୁଲାଇ ଦେଇଥିଲେ, କିନ୍ତୁ ସେ ଇଂରେଜଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ ।

ନିଜ ଭୂମିକାକୁ ନେଇ ବିକ୍କି ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଫିଲ୍ମକୁ ରିତେଶ ଶାହ ଏବଂ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ଏହାର ନିର୍ମାଣ ଭାର ତୁଲାଇଛନ୍ତି ରନୀ ଲାହିଡି ଏବଂ ଶିଲ କୁମାର । ଫିଲ୍ମର ସୁଟିଂ ରୁଷ, ଲଣ୍ଡନ, ଆୟରଲାଣ୍ଡ ଏବଂ ଜର୍ମାନୀର କିଛି ଭାଗରେ ଏବଂ ଭାରତରେ କରାଯାଇଛି । ୭ରୁ ୮ମାସ ଭିତରେ ଫିଲ୍ମ ସୁଟିଂ ପୂରା ହୋଇ ୨୦୨୦ରେ ରିଲିଜ ହେବ ବୋଲି ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More