Only for Entertainment

ବିଗବସର ଏକ୍ସ ପ୍ରତିଯୋଗୀ କଲେ ୱେବ ସିରିଜରେ ଡେବ୍ୟୁ, ଏସିପି ଭୂମିକାରେ ଆସିବେ ନଜର !

25

ଅଭିନେତା ହିତେନ ତେଜୱାନୀ ମର୍ଡର ମିଷ୍ଟ୍ରି ଶୋ ‘ଦ ଇନଭେଷ୍ଟିଗେସନ’ରେ ସହାୟକ ପୁଲିସ ଆୟୁକ୍ତର ଭୂମିକାରେ ନଜର ଆସିବେ । ଏହି ଶୋ’ରେ ହିତେନ୍କ ପତ୍ନୀ ଭୂମିକାରେ ନଜର ଆସିବେ ଲୀନା ଜୁମାନୀ ।

ହିତେନ ଏକ ବୟାନରେ କହିଛନ୍ତି ଯେ ଏହି ଶୋ’ ଏକ ମର୍ଡର ମିଷ୍ଟ୍ରୀକୁ ଉଜାଗର କରୁଛି ଏବଂ ତାଙ୍କ ଭୂମିକାର ଆଖପାଖରେ ବୁଲୁଛି । କାହାଣୀରେ ଅନେକ ଟ୍ୱିଷ୍ଟ ଏବଂ ଥ୍ରିଲର ତାଙ୍କୁ ଏହି କାହାଣୀରେ ଅଭିନୟ କରିବାକୁ ପ୍ରେରଣା ଜଗାଇଥିଲା ।

ଏହି ଶୋ’ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ହିତେନ କହିଛନ୍ତି । ଇରୋଜ ନାଓ କ୍ୱିକି ଏହି ଶୃଙ୍ଖଳାକୁ ପ୍ରସ୍ତୁତ କରିଛନ୍ତି , ଯାହା ଆସନ୍ତା ରବିବାର ଇରୋଜ ନାଓରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More